PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ୟୁପିରେ ଅପରାଧୀଙ୍କ ଆତଙ୍କ: ୨୪ ଘଣ୍ଟାରେ ୧୧ ଜଣଙ୍କୁ ହତ୍ୟା, ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୭: ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣଙ୍କ ହତ୍ୟା ହୋଇସାରିଛି। ରାଜ୍ୟରେ ଲଗାତାର ଭାବରେ ଅପରାଧ କାର୍ଯ୍ୟକଳାପ ବଢିବାରେ ଲାଗିଛି। ସମ୍ଭଲରେ ଅପରାଧୀମାନେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ୩ ଜଣ କଏଦୀଙ୍କୂ ସାଙ୍ଗରେ ନେଇ ଫେରାର ହୋଇଯାଇଛନ୍ତି। ସେଭଳି ସୋନଭଦ୍ର ଜିଲ୍ଲାର ଘୋରଓ୍ବଲ ଅଞ୍ଚଳର ଉଦ୍ଧା ଗାଁରେ ଜମି ବିବାଦରେ ୩ ଜଣ ମହିଳାଙ୍କ ସହିତ ମୋଟ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ସଂଘର୍ଷରେ ୧୯ ଜଣ ଆହତ ହୋଇଛନ୍ତି।

୨୪ ଘଣ୍ଟା ଭିତରେ ୧୧ ଜଣଙ୍କୁ ହତ୍ୟା କରାଯିବା ମାମଲା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ବିଟ୍ କରି ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ। କେବଳ ସେତିକି ନୁହେଁ ଗୁରୁବାର  ସଂସଦରେ ମଧ୍ୟ ଏହାର ପ୍ରଭାବ ପଡିଥିଲା। ସମାଜବାଦୀ ପାର୍ଟିର ସାଂସଦମାନେ ରାଜ୍ୟସଭାରେ ହଙ୍ଗାମା କରିବା ଯୋଗୁଁ ଗୃହକାର୍ଯ୍ୟକୁ କିଛି ସମୟ ମୁଲତବୀ ରଖାଯାଇଥିଲା। ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ଉତ୍ତର ପ୍ରଦେଶର ସୋନଭଦ୍ରରେ ଦଳିତଙ୍କ ହତ୍ୟା କରିବା ପ୍ରସଙ୍ଗ ଗୃହରେ ଉଠାଇ ରାଜ୍ୟର ଆଇନବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ।