PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପୁଲଓ୍ବାମା ସହିଦଙ୍କ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ କୋଟାର ଏହି ଦୃଷ୍ଟିହୀନ ବୈଜ୍ଞାନିକ

କୋଟା,୪।୩: ମୁମ୍ବାଇରେ ବସବାସ କରୁଥିବା ରାଜସ୍ଥାନ  କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତଜା ଅଲ୍ଲି ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ନିଜ ଟିକସ ଦେୟ ସମ୍ପତ୍ତିରୁ ୧୧୦ କୋଟି ଟଙ୍କା ଦାନ କରିବାକୁ କହିଛନ୍ତି। ମୁର୍ତଜା ଅଲ୍ଲୀ ଜଣେ ଗବେଷକ ଓ ବୈଜ୍ଞାନିକ ଭାବେ ମୁମ୍ବାଇରେ କାର୍ଯ୍ୟରତ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଦେଇ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି। ୨-୩ ଦିନ ଭିତରେ ଏକ ବୈଠକ ହେବ ବୋଲି ମୋଦି ଜଣାଇଛନ୍ତି। ମୁର୍ତଜା ଜନ୍ମରୁ ଦୃଷ୍ଟିହୀନ। କୋଟାସ୍ଥିତ ସରକାରୀ ବାଣିଜ୍ୟ ମହାବିଦ୍ୟାଳୟରୁ ବାଣିଜ୍ୟରେ ସେ ସ୍ନାତକ କରିଥିଲେ।

 ଜାତୀୟ ରିଳିଫ୍ ଫଣ୍ଡର ସଚିବ ଅଗ୍ନି କୁମାର ଦାସ ମୁର୍ତଜା ଅଲିଙ୍କୁ ତାଙ୍କ ପ୍ରୋଫାଇଲ୍ ପଠାଇବାକୁ କହିଛନ୍ତି। ସହିଦଙ୍କୁ ଦାନ କରିବାକୁ କାହିଁକି ସେ ଉଦବୁଦ୍ଧ ହେଲେ ବୋଲି ପଚରାଯିବାରୁ ସେ କହିଲେ, ଆମ ମାତୃଭୂମି ଲାଗି ଜୀବନ ଦେଇଥିବା ସହିଦଙ୍କୁ ସହାୟତା ଓ ସମର୍ଥନ କରିବାକୁ ପ୍ରେରଣା ଦେଶର ସମସ୍ତ ନାଗରିକଙ୍କ ରକ୍ତରେ ଥିବା କଥା।

ମୁର୍ତଜା କହିଛନ୍ତି, ତାଙ୍କ ଉଦ୍ଭାଦିତ ଫୁଏଲ୍ ବର୍ଣ୍ଣ ରେଡିଏସନ୍ ଟେକ୍ନୋଲୋଜି ଯଦି ଠିକଣା ସମୟରେ ସରକାର ଅନୁମୋଦନ କରିଥାଆନ୍ତେ ତେବେ ଫୁଲଓ୍ବାମା ଆକ୍ରମଣକୁ ପ୍ରତିହତ କରି ହୋଇଥାନ୍ତା। ଜିପିଏସ୍ କ୍ୟାମେରା ବା ଅନ୍ୟ କୈାଣସି ବୈଷୟିକ ଉପକରଣ ସହାୟତା ବିନା ଏହା ଦ୍ବାରା ଯେ କୈାଣସି ଯାନବାହନ ବା ଜିନିଷପତ୍ର ଠାବ କରିହେବ। ସେ ୨୦୧୬ରେ ଏହି ପ୍ରସ୍ତାବ ସରକାରଙ୍କୁ ସେ ଦେଇଥିଲେ। ଅକ୍ଟୋବର ୨୦୧୮ରେ ଏହାକୁ ପ୍ରାରମ୍ଭିକ ଅନୁମୋଦନ ମିଳିଥିଲା। କିନ୍ତୁ ଏବେ ମଧ୍ୟ ତାହା ସେହି ଅବସ୍ଥାରେ ରହିଛି।

ସମ୍ବନ୍ଧିତ ଖବର