PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଜରାଜୀର୍ଣ୍ଣ ଅବସ୍ଥାରେ ବ୍ରିଟିଶ ଅମଳର ବିଦ୍ୟାଳୟ , ଛାତ୍ରଛାତ୍ରୀଙ୍କ ପାଠପଢା ହେଉଛି ବାଧାପ୍ରାପ୍ତ

ମାଲକାନଗିରି/ମାଥିଲି : ତତ୍କାଳୀନ ବ୍ରିଟିଶ ସରକାର ୧୯୦୭ ମସିହାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଠାରେ, ଏକ ପାଠଶାଳା ଖୋଲିଥିଲେ। ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିଭାଗର ଉଦାସୀନତା ଓ ଖାମଖିଆଲି ନୀତି ଯୋଗୁ ସେହି ପାଠଶାଳା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଯାହା ପୂର୍ବରୁ ଏକ ଟିଣ ଛପରର ଶ୍ରେଣୀ ଗୃହ ଥିଲା , ସେହି ଗୃହ ଗୁଡିକୁ ରଙ୍ଗ ଚୂନ ମାରି ମରାମତ କରାଯାଇ କାର୍ଯ୍ୟ ଚଳାଉଥିଲେ। 

ଗତ ୧୮ ତାରିଖରେ ଅଚାନକ ପଶ୍ଚିମା ଝଡ଼ରେ ସ୍କୁଲ ନିକଟରେ ଥିବା ଏକ ବୃହତ ଆମ୍ବ ଗଛ ଭାଙ୍ଗି ଯାଇଥିଲା । ଯଦ୍ୱାରା ଏହା ସ୍କୁଲ ଉପରେ ପଡିବାରୁ ଟିଣ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ବିପଦ ସଙ୍କୁଳ ଭାବରେ ରହିଛି। ଏହା ସହିତ ବିଦ୍ୟାଳୟରେ ଯେଉଁ ହଷ୍ଟେଲ ରହିଛି ସେଥିରେ ୩୯ ଜଣ ଅନ୍ତେବାସୀ ମଧ୍ୟ ରହୁଛନ୍ତି।

ସାଲିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀରେ ମୋଟ ୩୩୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଶ୍ରେଣୀ ହିସାବରେ ଦେଖିବାକୁ ଗଲେ ପ୍ରଥମ ଶ୍ରେଣୀରେ ୧୮ଜଣ , ଦ୍ୱିତୀୟରେ ୧୬ ଜଣ , ତୃତୀୟରେ ୩୧ଜଣ , ଚତୁର୍ଥରେ ୨୯ଜଣ , ପଞ୍ଚମରେ ୪୦ଜଣ , ଷଷ୍ଠରେ ୫୯ଜଣ , ସପ୍ତମରେ ୫୯ ଜଣ ଓ  ଅଷ୍ଟମରେ ୮୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ମୋଟ ୩୩୩ ଜଣ ଛାତ୍ରଛାତ୍ରୀ ମାତ୍ର ୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷା ବିଭାଗ ଦ୍ଵାରା ନିୟୋଜିତ ଅଛନ୍ତି ।

ସେଥିମଧ୍ୟରୁ ବାଳକ ହଷ୍ଟେଲରେ ୩୮ଜଣ ରହୁଥିବା ବେଳେ ବାଳିକା ହଷ୍ଟେଲରେ ୧୦୦ ଜଣ ଅନ୍ତେବାସିନୀ ରହି ପାଠ ପଢୁଛନ୍ତି। ବାଳିକା ହଷ୍ଟେଲରେ ଚତୁର୍ଥ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାଳିକା ରହୁଥିବା ବେଳେ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ମିଶି ମୋଟ ୧୦୦ ଜଣ ବାଳିକା ହଷ୍ଟେଲରେ ରହୁଛନ୍ତି। ଶ୍ରେଣୀ ଗୃହ ଅଭାବ ଥିବାରୁ ୩୩୩ ଜଣ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ମଧ୍ୟ ବହୁ ବାଧା ସୃଷ୍ଟି ହେଉଛି।

ସେଥିପାଇଁ ତୁରନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ପଶ୍ଚିମା ଝଡ଼ରେ ଆମ୍ବ ଗଛ ପଡି ବିଦ୍ୟାଳୟ ଭାଙ୍ଗିବା ଖବର ପାଇ ସାଲିମି ସରପଞ୍ଚ ବନ୍ଧୁ ଭୂମିଆ ବିଦ୍ୟାଳୟରେ ପହଞ୍ଚି ଦେଖିଥିଲେ । ଏହା ପରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡ ଓ ମାଥିଲି ଅଧ୍ୟକ୍ଷ ମହେଶ କୁମାର ବାକାଙ୍କୁ ଫୋନ ଯୋଗେ ଜଣାଇଥିଲେ। ସରପଞ୍ଚଙ୍କ ଠାରୁ ଖବର ପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଣ୍ଡ ଓ ଅଧ୍ୟକ୍ଷ ଶ୍ରୀ ବାକା ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟକୁ ଅନୁଧ୍ୟାନ କରି ଥିବା ସରପଞ୍ଚ ଶ୍ରୀଯୁକ୍ତ ଭୂମିଆ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନି ଖୁଣ୍ଟିଆ କହିଛନ୍ତି।