ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୧୧୮ତମ ମନ୍ କି ବାତ୍; କୁମ୍ଭମେଳା ଏକତାର ମହାକୁମ୍ଭ, ପଶୁଙ୍କ ସହ ପ୍ରେମରେ ବଞ୍ଚ କହିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Ankita S | January 19, 2025 12:34 PM

ନୂଆଦିଲ୍ଲୀ,୧୯/୧: ଚଳିତ ବର୍ଷର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧୮ତମ ମନ୍ କି ବାତ୍ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଦେବା ସହିତ କୁମ୍ଭମେଳା ବିଷୟରେ କହିଛନ୍ତି । ପଶୁଙ୍କ ସହ ପ୍ରେମର ସହ ବଞ୍ଚନ୍ତୁ ଗଣତନ୍ତ୍ର ଉତ୍ସବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିବାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପଶୁଙ୍କ ସହ ପ୍ରେମର ସହ ବଞ୍ଚ- ହାତୀ ମଣିଷ ଲଢେଇ ଭିତରେ ଆସାମର ନାଓଗାଁରେ କିଛି ଲୋକ ଉଦାହରଣ ସୃଷ୍ଟି କରିଛନ୍ତି । ହାତୀଙ୍କ ପାଇଁ ୮୦୦ ଏକର ଜମିରେ ବିଭିନ୍ନ ଗଛ ଚାଷ କରିଛନ୍ତି । ହାତୀ ଜନବସତିକୁ ନ ଆସି ସେହି ସ୍ଥାନକୁ ଯାଉଛନ୍ତି । ଫଳରେ ଧନଜୀବନ ବଞ୍ଚୁଛି । ଅନେକ ସମୟରେ ପଶୁ-ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ମିଳେ । ସେମାନେ କହି ପାରନ୍ତି ନାହିଁ ମାତ୍ର ତାଙ୍କ ଭାବନାକୁ ମଣିଷ ବୁଝିଥାଏ । ପଶୁ ପ୍ରେମର ଭାଷା ବୁଝିଥାନ୍ତି । ଚାରିଆଡେ ଥିବା ପଶୁଙ୍କ ସହ ପ୍ରେମରେ ବଞ୍ଚିବାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କୁମ୍ଭମେଳା ପରମ୍ପରାର ଜ୍ବଳନ୍ତ ଉଦାହରଣ- ପ୍ରୟାଗରାଜରେ ମହାକୁମ୍ଭ ମେଳା ଚାଲିଛି । ଏହାକୁ ନେଇ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ପ୍ରୟାଗରାଜ କୁମ୍ଭମେଳା ବିଶ୍ବ ବିଦିତ । ଏହା ଆମ ପରମ୍ପରାର ଜ୍ବଳନ୍ତ ଉଦାହରଣ । ଜାତି, ଧର୍ମ, ବର୍ଣ୍ଣ ଭେଦଭାବ ନରଖି ଲୋକେ ଏକାକାର ହୋଇଛନ୍ତି । ଧନୀ, ଗରିବ କିଛି ନଭାବି ଏକାଠୀ ବୁଡ ପକାଉଛନ୍ତି । ଏହି ଉତ୍ସବ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଇଛି । ଭାରତର ପୂର୍ବ, ଦକ୍ଷିଣ ପଶ୍ଚିମରୁ ଲୋକ ଏକଜୁଟ ହୋଇଛନ୍ତି । ଏକାଠି ପ୍ରସାଦ ସେବନ କରୁଛନ୍ତି । କୁମ୍ଭମେଳା ଏକତାର ମହାକୁମ୍ବ । ଭାରତକୁ ଏହା ଏକତାର ସୁତ୍ରରେ ବାନ୍ଧିଛି । ଅଧିକାଂଶ ଯୁବଗୋଷ୍ଠୀ କୁମ୍ଭମେଳାରେ ସାମିଲ ହୋଇଛନ୍ତି ।

ସମ୍ବିଧାନ ନିର୍ମାତାଙ୍କୁ ମନେ ପକାଇଲେ- ଆତ୍ମ ନିର୍ଭର ହେବାକୁ ଭାରତ ଆଗକୁ ବଢୁଛି । ଆମ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହୋଇଛି । ତେଣୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅଧିକ ସ୍ବତନ୍ତ୍ର । ସମ୍ବିଧାନ ନିର୍ମାତା ବବା ସାହେବ ଆମ୍ବୋଦକର, ରାଜେନ୍ଦ୍ର ପ୍ରସାଦ, ଶ୍ୟାମ ପ୍ରସାଦ ମୁଖର୍ଜୀଙ୍କୁ କୋଟି କୋଟି ପ୍ରଣାମ । ସମ୍ବିଧାନର ଲକ୍ଷ୍ୟପୂରଣ ପାଇଁ ଆମେ ସର୍ବଦା କାର୍ଯ୍ୟ କରୁଛୁ ।

ଇସ୍ରୋର ସଫଳତା କଥା କହିଲେ- ମନ୍ କି ବାତ୍ କାର୍ଯ୍ୟକ୍ରମରେ ଇସ୍ରୋର ଭୂୟଶୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମହାକାଶରେ ମଞ୍ଜି ଗଜା ହେବାକୁ ନେଇ ସ୍ପେଡକ୍ସ ମିଶନ ସଫଳତା କଥା କହିଛନ୍ତି । ଅନ୍ତରୀକ୍ଷରେ ବୈଜ୍ଞାନିକଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 

ଏହା ବି ପଢନ୍ତୁ...ବର୍ଷର ଶେଷ ମନ୍ କି ବାତ୍ ; କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସା କଲେ, ସମ୍ବିଧାନ ଆମ ମାର୍ଗଦର୍ଶକ କହିଲେ ପ୍ରଧାନମନ୍ତ୍ରୀ


ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଦେଲେ- ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିର୍ବାଚନ ଆୟୋଗକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନକୁ ସ୍ବଚ୍ଛ, ସରଳ ଓ ନିରପେକ୍ଷ କରିଥିବାରୁ ଭାରତୀୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ପାୱାରକୁ ସଶକ୍ତ କରିବାକୁ ନିର୍ବାଚନ ଆୟୋଜ ଟେକ୍ନୋଲୋଜି ପାୱାର ବ୍ୟବହାର କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଗଣତନ୍ତ୍ରର ଉତ୍ସବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.