ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଋଷିଆ-ୟୁକ୍ରେନ ଯୁଦ୍ଧରେ ୧୨ ଭାରତୀୟଙ୍କ ମୃତ୍ୟୁ ,୧୬ ନିଖୋଜ; ସୂଚନା ଜାରିକଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

Published By : Bijay Swain | January 17, 2025 8:51 PM

Image courtesy: indiatoday

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି। ଏନେଇ ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ତଥ୍ୟ ଜାରି କରିଛି। ତେବେ ମୃତ ସମସ୍ତ ଭାରତୀୟ ଋଷିଆ ପକ୍ଷରୁ ଯୁଦ୍ଧ ଲଢୁଥିଲେ ବୋଲି ମନ୍ତ୍ରଣାଳୟ ଘୋଷଣା କରିଛି। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସାମ୍ୱାଦିକ ସମ୍ମିଳନୀ କରୁ କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୧୨୬ ଜଣ ଭାରତୀୟ ଋଷିୟ ସେନାରେ ଯୋଗଦେଇ ଋଷ ପକ୍ଷରୁ ଯୁଦ୍ଧ ଲଢୁଥିଲେ। ତା’ ମଧ୍ୟରୁ ୯୬ ଜଣ ଋଷ ସେନାରୁ ମୁକ୍ତ ହୋଇ ଭାରତ ଫେରିଛନ୍ତି। ସେହିପରି ୧୮ ଜଣ ଭାରତୀୟ ବର୍ତ୍ତମାନ ପର୍ଯ୍ୟନ୍ତ ଋଷୀୟ ସେନାରେ କାମକରୁଥିବା ବେଳେ ଅନ୍ୟ ୧୬ ଜଣକୁ ଏପର୍ଯ୍ୟନ୍ତ ସୁଦ୍ଧା ଚିହ୍ନଟ କରାଯାଇ ପାରିନାହିଁ।”

“ଋଷିଆ ପକ୍ଷରୁ ସେମାନଙ୍କୁ ନିଖୋଜ ବୋଲି ଘୋଷଣା କରାଯାଇ ସାରିଛି। ତେବେ ବର୍ତ୍ତମାନ ସୁଦ୍ଧା ଋଷିୟ ସେନାରେ କାମ କରୁଥିବା ସମସ୍ତ ସୈନିକଙ୍କ ମୁକ୍ତି ପାଇଁ ଆମେ ଚେଷ୍ଟା ଜାରି ରଖିଛୁ। କିନ୍ତୁ ସେମାନଙ୍କ ମଧ୍ୟରୁ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇସାରିଛି” ବୋଲି ଜୟସ୍ୱାଲ କହିଛନ୍ତି।

ୟୁକ୍ରେନ ଓ ରୁଷର ଯୁଦ୍ଧରେ ରୁଷ ସେନା ଦ୍ୱାରା ନିଯୁକ୍ତି ପାଇଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଆହତ ହେବାନେଇ ଖବର ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ନିଜର ପ୍ରତିକ୍ରିୟା ରଖିଛି। 

ଋଷିଆ-ୟୁକ୍ରେନ ଯୁଦ୍ଧରେ ଭାଗନେଇଥିବା କେରଳ ଅଞ୍ଚଳର ବିନିଲ ବାବୁ ନାମକ ଜଣେ ଯୁବକଙ୍କ ନିକଟରେ ମୃତ୍ୟୁ ଘଟିଛି। ଏହା ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ ଭାରତୀୟ ଦୂତାବାସ ଋଷିୟ ଅଧିକାରୀ ମାନଙ୍କ ସହ ଯୋଗାଯୋଗରେ ରହିଛି। ଅନ୍ୟପଟେ ଜୈନ ଟିକେ ନାମକ ଆଉଜଣେ ଭାରତୀୟ ନାଗରିକ ଯୁଦ୍ଧରେ ଆହତ ହୋଇ ମସ୍କୋରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ଚିକିତ୍ସା ପୁରା ହେବା ପରେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି ବୋଲି ଜୟସ୍ୱାଲ କହିଛନ୍ତି।

ମସ୍କୋ ସ୍ଥିତ ଭାରତୀୟ ଦୁତାବାସ ଭାରତରେ ଥିବା ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିଛନ୍ତି। ଆମ ମାନଙ୍କ ଦ୍ୱାରା ଯାହା ସମ୍ଭବ ଆମେ ତାହା କରିବୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗତ ମଙ୍ଗଳବାର ଘୋଷଣା କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.