କେନ୍ଦୁଝର, ୦୪/୦୬ : ମେଧାବୀ ଆଦିବାସୀ ଛାତ୍ର ବୈଲୋଚନ ଜୁଆଙ୍ଗ ବୁଧବାର ଉଚ୍ଚଶିକ୍ଷା ପାଇଁ ଫର୍ମପୂରଣ କରିଛନ୍ତି। ଶୁଆକାଟୀସ୍ଥିତ ପାଟେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଫର୍ମପୂରଣ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୈଲୋଚନକୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲା । କଲେଜ ପକ୍ଷରୁ ବୈଲୋଚନକୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା । ନିଜର ପସନ୍ଦ ମୁତାବକ କଲେଜରେ ଉଚ୍ଚଶିକ୍ଷା ପାଇଁ ବୈଲୋଚନ ଆବେଦନ କରିଥିବାରୁ ଅତ୍ୟନ୍ତ ଖୁସି ଅଛନ୍ତି ।   

ଉଚ୍ଚଶିକ୍ଷା ପାଇଁ ମେଧାବୀ ଛାତ୍ର ବୈଲୋଚନ ବାସନ ମାଜୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୈଲୋଚନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ରାଜ୍ୟ ସରକାରଙ୍କ ସହିତ ସେ ବ୍ୟକ୍ତିଗତ ଭାବେ ପାଠପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଯୁଗ୍ମ ସଚିବ ପାଟେଶ୍ୱର କଲେଜର ଅଧ୍ୟକ୍ଷଙ୍କୁ ଫର୍ମପୂରଣ ସମୟରେ ବୈଲୋଚନକୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢନ୍ତୁ- ମେଧାବୀ ଛାତ୍ରଙ୍କ ସଂଘର୍ଷ କାହାଣୀ, ଅଭାବ ଅନଟନ ଭିତରେ ମାନିନାହାଁନ୍ତି ହାର୍, ଉଚ୍ଚ ଶିକ୍ଷିତ ହେବାକୁ ସାଜିଛନ୍ତି ଶ୍ରମିକ

ତଦନୁସାରେ କଲେଜର ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ ଡାକରା ପାଇ ଛାତ୍ର ବୈଲୋଚନ କଲେଜରେ ପହଞ୍ଚିଥିଲେ। ବୈଲୋଚନ ପ୍ରଥମ ପସନ୍ଦ କଲେଜ ଭାବେ ଭୁବନେଶ୍ୱର ବିଜେବି କଲେଜରେ ଫର୍ମପୂରଣ କରିଛନ୍ତି । ଦ୍ୱିତୀୟ ପସନ୍ଦ କଲେଜ ଭାବେ ରେଭେନ୍‌ସା, ତୃତୀୟ କଲେଜ ଧରଣୀଧର ବିଶ୍ୱବିଦ୍ୟାଳୟ, ଚତୁର୍ଥ କଲେଜ ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ୫ମ ପସନ୍ଦ କଲେଜ ଭାବେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପଢ଼ିବା ପାଇଁ ବୈଲୋଚନ ପକ୍ଷରୁ ଫର୍ମ ଅନ୍‌ଲାଇନ୍‌ରେ ପୂରଣ କରାଯାଇ ଦାଖଲ କରାଯାଇଛି । ପ୍ରକାଶଥାଉକି, ବୈଲୋଚନ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଯୁକ୍ତ ୨ରେ ୮୩ ପ୍ରତିଶତ ନମ୍ବର ରଖି ପାସ୍‌ କରିବା ପରେ ଯୁକ୍ତ ୩ ପଢ଼ିବା ପାଇଁ ଅର୍ଥର ଆବଶ୍ୟକତା ରହିଥିବାରୁ ଝୁମ୍ପୁରାର ଏକ ହୋଟେଲରେ ଅଇଁଠା ବାସନ ମାଜୁଥିଲେ। 

ସାରା ବିଶ୍ବର ଚିନ୍ତା ବଢ଼ାଇଛି ସୁପର ଏଲ ନିନୋ, ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ ?