ନୂଆଦିଲ୍ଲୀ – ସରକାରୀ ଚାକିରି ପାଇଁ ପ୍ରତୀକ୍ଷା କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଲୱେ ୨୦୨୪-୨୫ ମସିହା ପାଇଁ ୧ ଲକ୍ଷ ୨୦ ହଜାର ୫୭୯ଟି ପଦରେ ନିଯୁକ୍ତି ବାହାର କରିଛି, ଯେଉଁଥି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

ପ୍ରତିବର୍ଷ ରେଲୱେରେ ଲକ୍ଷ ଲକ୍ଷ ନିଯୁକ୍ତି ବାହାରୁଛି। ଏହି କ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୀତକାଳୀନ ଅଧିବେଶନ ବେଳେ ସଂସଦରେ କହିଛନ୍ତି ଯେ, ଏହି ସବୁ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଚଳିତ ବର୍ଷ ରେଳ ମନ୍ତ୍ରୀ ସଂସଦରେ ତାଙ୍କ ହିସାବ ଉପସ୍ଥାପନା କରିଛନ୍ତି।ସେ କହିଛନ୍ତି ଯେ ଗତ ୧୧ ବର୍ଷରେ ରେଲୱେ ଯୁବକ ଯୁବତୀଙ୍କୁ ୫.୦୮ ଲକ୍ଷ ଚାକିରି ପ୍ରଦାନ କରିଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି - ୨୦୨୪ ମସିହାରେ ଚାକିରି ପାଇଁ ୧୦ଟି ନୋଟିଫିକେସନ ଜାରି କରିଥିଲେ। ଏହି ସମୟରେ ୯୧, ୧୧୬ଟି ପଦରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସେପଟେ ୨୦୨୫ ପାଇଁ ୭ଟି ନୋଟିଫିକେସନ ଜାରି କରାଯାଇ ଥିଲା , ଯାହା ମାଧ୍ୟମରେ ୩୮,୪୬୩ଟି ପଦରେ ଚାକିରି ଦିଆଯିବ। କହିବାକୁ ଗଲେ , ସବୁ ମିଶାଇ ମୋଟରେ ୧ ଲକ୍ଷ ୨୦ ହଜାର ୫୭୯ଟି ଭାକାନ୍ସି ପାଇଁ ନିଯୁକ୍ତି ପ୍ରକାଶ ପାଇଛି।