PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବୃହସ୍ପତି ଚାରିପଟେ ବୁଲୁଥିବା ଆଉ ୧୨ ନୂଆ ଚନ୍ଦ୍ର ଠାବ, ୯୨ରେ ପହଞ୍ଚିଲା ଉପଗ୍ରହ ସଂଖ୍ୟା…

ନୂଆଦିଲ୍ଲୀ ୦୫/୦୨: ଜ୍ୟୋର୍ତିବିଜ୍ଞାନୀମାନେ ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ଚାରିପଟେ ବୁଲୁଥିବା ଆଉ ୧୨ ନୂଆ ଚନ୍ଦ୍ର ବା ଉପଗ୍ରହକୁ ଠାବ କରିଛନ୍ତି। ଏହାକୁ ମିଶାଇ ବୃହସ୍ପତିର ଉପଗ୍ରହ ସଂଖ୍ୟା ୯୨ରେ ପହଞ୍ଚିବା ସହ ଏକ ନୂଆ ରେକର୍ଡ କରିଛି । ଫଳରେ ସୌରମଣ୍ଡଳର ଏକମାତ୍ର ଗ୍ରହ ଭାବେ ବୃହସ୍ପତି ଚାରିପଟେ ଏତେ ସଂଖ୍ୟାରେ ଉପଗ୍ରହ ଘୁର୍ଣ୍ଣନ କରୁଥିବା କୁହାଯାଇଛି । ପୂର୍ବରୁ ଶନି ଗ୍ରହର ସର୍ବାଧିକ ୮୩ ଉପଗ୍ରହ ଥିଲା । ତେଣୁ ଉପଗ୍ରହ ସଂଖ୍ୟାରେ ଏବେ ବୃହସ୍ପତି ତଳକୁ ଶନି ଦ୍ୱିତୀୟରେ ରହିଛି ।

ୱାଶିଂଟନ୍‌ର କାର୍ନେଙ୍ଗି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସାଇନ୍ସର ସ୍କଟ୍‌ ଶେପାର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବୃହସ୍ପତି ଚାରିପଟେ ଘୁରୁଥିବା ଆଉ ୧୨ଟି ଉପଗ୍ରହର ଠାବ କରାଯାଇଛି । ଇଣ୍ଟରନ୍ୟାଶନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ୍‌ର ମାଇନର ପ୍ଲାନେଟ୍‌ ସେଣ୍ଟର ପକ୍ଷରୁ ଏହି ଆବିଷ୍କାର କରଯାଇଥିବା ସମ୍ପର୍କରେ ତଥ୍ୟ ପ୍ରକାଶିତ ହୋଇଛି । ୨୦୨୧ରେ ହୱାଇ ଏବଂ ଚିଲିରେ ଟେଲିସ୍କୋପର ବ୍ୟବହାର କରାଯାଇଥିଲା ।

ଶେପାର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ନୂଆ କରି ଠାବ ହୋଇଥିବା ଏହି ଗ୍ରହଗୁଡ଼ିକର ଆକାର ୦.୬ ମାଇଲରୁ ୨ ମାଇଲ(୧ କିଲୋମିଟରରୁ ୩ କିଲୋମିଟର) ହେବ । ଏହି ଗ୍ରହଗୁଡ଼ିକ ଉପରେ ଅଧିକ ଗବେଷଣା ପାଇଁ ୟୁରୋପୀୟ ମହାକାଶ ଏଜେନ୍ସି ପକ୍ଷରୁ ଏକ ସ୍ପେସ୍‌କ୍ରାଫ୍ଟ ପଠାଯିବ । ଏପ୍ରିଲରେ ଏହି ସ୍ପେସ୍‌କ୍ରାଫ୍ଟ ଜରିଆରେ ବୃହସ୍ପତିର ବଡ଼ ଏବଂ ସବୁଠୁ ଥଣ୍ଡା ଉପଗ୍ରହ ଉପରେ ଗବେଷଣା କରାଯିବ । କିଛି ବର୍ଷ ପୂର୍ବରୁ ଶେପାର୍ଡ ଶନି ଚାରିପଟେ କେତେକ ଉପଗ୍ରହକୁ ଠାବ କରିଥିଲା । ଏଥିସହ ବୃହସ୍ପତିର ଏ ପର୍ଯ୍ୟନ୍ତ ୭୦ ଉପଗ୍ରହ ଆବିଷ୍କାର କରିବାରେ ମଧ୍ୟ ଶେପାର୍ଡର ଭୂମିକା ରହିଛି ।

ଶେପାର୍ଡ ଅନୁସାରେ, ବୃହସ୍ପତି ଏବଂ ଶନିର ଅନେକ ଉପଗ୍ରହ ଏହାର ବଡ଼ ଉପଗ୍ରହର ଅଂଶ । ପୂର୍ବରୁ ଥିବା କେତେକ ବଡ଼ ଉପଗ୍ରହ ପରସ୍ପର ମଧ୍ୟରେ କିମ୍ବା ଅନ୍ୟ ଆଷ୍ଟରଏଡ୍‌ ସହ ଧକ୍କା ହେବା ପରେ ନୂଆ ଉପଗ୍ରହ ସୃଷ୍ଟି ହୋଇଛି । ନେପ୍‌ଚ୍ୟୁନ ଏବଂ ୟୁରାନସ୍‌ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଏଥିଯୋଗୁ ଉପଗ୍ରହଗୁଡ଼ିକ ଏତେ ଦୂରକୁ ପଳାଇଛନ୍ତି ଯେ ସେଗୁଡ଼ିକୁ ଠାବ କରିବା କଷ୍ଟକର ହେଉଛି । ୟୁରାନସ୍‌ର ଏବେ ସୁଦ୍ଧା ୨୭ ଚନ୍ଦ୍ର ଥିବା ସ୍ପଷ୍ଟ ହୋଇଥିବାବେଳେ ନେପ୍‌ଚ୍ୟୁନ୍‌ର ୧୪ ଉପଗ୍ରହ ରହିଛି । ସେହିପରି ମଙ୍ଗଳର ୨ଟି ଏବଂ ପୃଥିବୀର ଗୋଟିଏ ଚନ୍ଦ୍ର ଅଛି । ଶୁକ୍ର ଏବଂ ବୁଧର କୌଣସି ଉପଗ୍ରହ ନାହିଁ । ବୃହସ୍ପତିର ନୂଆକରି ଠାବ ହୋଇଥିବା ଉପଗ୍ରହର ନାମକରଣ କରାଯାଇନାହିଁ ।

ସମ୍ବନ୍ଧିତ ଖବର