PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ପୁରୀ ପୋଲିସକୁ ବଡ଼ ସଫଳତା, ଡକାୟତି ମାମଲାରେ ୧୦ ଓ ଦାଦାବଟି ଆଦାୟ ମାମଲାରେ ୨ ଗିରଫ

ପୁରୀ, ୨୦/୦୩ : ପୁରୀ ପୋଲିସକୁ ବଡ଼ ସଫଳତା। ବାସେଳୀ ସାହି ଥାନା, ଟାଉନ୍ ଥାନା ଓ ସମୁଦ୍ରକୂଳ ଥାନା ପୋଲିସ ଦ୍ଵାରା ୧୨ଜଣଙ୍କୁ ଗିରଫ କରାଯାଇଛି। ଡକାୟତି ମାମଲାରେ ୧୦ ଓ ଦାଦାବଟି ଆଦାୟ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ସାମ୍ବାଦିକ ମମ୍ମିଳନୀରେ ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ରବିବାର ରାତିରେ ବିଭିନ୍ନ ଜାଗାରେ ଚଢ଼ାଉ କରି ପୁଲିସ ୧୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି। ବାସେଳୀ ସାହି ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭି ବେହେରା (୨୪ ବର୍ଷ), ମନୋଜ ପଣ୍ଡା (୨୩ ବର୍ଷ), ବାଣ୍ଟିନା ବେହେରା (୨୩ ବର୍ଷ), ରାଜେଶ କୁମାର ସାହୁ (୩୬ ବର୍ଷ), କେଶବ ପରିଡା (୨୪ ବର୍ଷ)। ସେମାନଙ୍କ ଠାରୁ ୨ଟି ଗାଡି, ୩ଟି ଖଣ୍ଡା, ୨ଟି ଲୁହା ରଡ, ୩ଟି ବାଡ଼ି, ୧ଟି ଜୀବିତ ବୋମା, ୫ଟି ବିଅର, ୬ଟି ପ୍ଲାଷ୍ଟିକ ଗ୍ଲାସ, ୨ଟି ପାଣି ବୋତଲ ଜବତ କରାଯାଇଛି।

ସେହିପରି ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେଶବ ପୃଷ୍ଟି (୩୪ ବର୍ଷ), ଶିବୁ ନାୟକ (୨୮ ବର୍ଷ), ରାକେଶ କୁମାର ରାଉତ (୨୨ ବର୍ଷ), ରଞ୍ଜନ ଷଣ୍ଢ (୨୮ ବର୍ଷ), ରବି ସୁବୁଦ୍ଧି (୨୭ ବର୍ଷ)। ସେମାନଙ୍କ ନିକଟରୁ ୧ଟି ଖଣ୍ଡା, ୧ଟି ଲୁହା ରଡ, ୩ଟି ବିୟର, ୧ଟି ପ୍ଲାଷ୍ଟିକ ଗ୍ଲାସ ଜବତ କରାଯାଇଛି।

ଏତଦ୍ ବ୍ୟତୀତ ଦାଦାବଟି ଆଦାୟ ସମୟରେ ସମୁଦ୍ରକୂଳ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିମୋଚି ସାହିର କେ. ଶିବ (୨୦ ବର୍ଷ), ଧୋବାଖାଳ ପେଣ୍ଠକଟାର ରମେଶ ବେହେରା(୩୧ ବର୍ଷ)। ସେମାନଙ୍କ ଠାରୁ ୧ଟି ଚାପଡ଼ ଓ ୩୦୦ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧିତ ଖବର