ପ୍ରମୂଖ ଖବର
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ସବୁକିଛି ବିଗାଡ଼ିଦେଲା; ଅମିତ ଶାହ

Published By : Anindita Ratha | June 13, 2025 9:18 AM

ନୂଆଦିଲ୍ଲୀ,୧୩/୦୬:ଗୁଜରାଟ ଅହମ୍ମଦାବାଦରେ  ବିମାନ ଦୁର୍ଘଟଣା। ଯେଉଁଥିରେ ଯାଇଛି ୨୪୧ ଜଣଙ୍କର  ଜୀବନ।  ଅମିତ ଶାହ ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ। ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି , ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଲୋକଙ୍କୁ ବଞ୍ଚାଇବାର ପ୍ରୟାସ ବିଫଳ ହୋଇଛି । କାରଣ ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ଜଳିବା ଯୋଗୁଁ ତାପମାତ୍ରା ଅତ୍ୟଧିକ ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ କାହାକୁ ବଞ୍ଚାଇବାର କୌଣସି ସୁଯୋଗ ନଥିଲା ବୋଲି ଅମିତ ଶାହ ସାମ୍ବାଦିକମାନଙ୍କୁ କହିଛନ୍ତି।

ଗୁରୁବାର ଫ୍ଲାଇଟ ଏଆଇ-୧୭୧ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ସରକାରୀ ହସ୍ପିଟାଲ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଧ୍ୱଂସସ୍ତୂପ ଏବଂ ବିନାଶର ଦୃଶ୍ୟ ସୃଷ୍ଟି କରିଥିଲା।୨୪୨ ଜଣ ଯାତ୍ରୀଙ୍କୁଥିବା ଏୟାର ଇଣ୍ଡିଆ ଫ୍ଲାଇଟ ଲଣ୍ଡନ ଅଭିମୁଖେ ଯାଉଥିବା ସମୟରେ ଅହମ୍ମଦାବାଦରୁ ଉଡ଼ାଣ ଭରିବା କ୍ଷଣିକ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ।“ମୁଁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛି। ପ୍ରାୟ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଆମେ ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ଡିଏନଏ ସଂଗ୍ରହ କରୁଛୁ। ଏହି ପ୍ରକ୍ରିୟା କିଛି ଘଣ୍ଟା ମଧ୍ୟରେ ସମାପ୍ତ ହେବ। ଆମେ ବିଦେଶରେ ରହୁଥିବା ସମସ୍ତ ଯାତ୍ରୀଙ୍କ ପରିବାରକୁ ସୂଚନା ଦେଇଛୁ। ଯତ ଶୀଘ୍ର ସମ୍ଭବ,ଆମେ ସେମାନଙ୍କ ଡିଏନଏ ନମୁନା ମଧ୍ୟ ସଂଗ୍ରହ କରିବୁ, ଶାହ କହିଛନ୍ତି।“କେନ୍ଦ୍ର ଏବଂ ରାଜ୍ୟ ଫୋରେନସିକ ସାଇନ୍ସ ଲାବୋରେଟୋରୀ ଏହା ଉପରେ କାର୍ଯ୍ୟ କରିବ।  ଡିଏନଏ ପରୀକ୍ଷା ସମାପ୍ତ ହେବା ପରେ ହିଁ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ଜଣାପଡ଼ିବ।”

ଅମିତ ଶାହ ଆହୁରି କହିଛନ୍ତି ଯେ, ସେ ଦୁର୍ଘଟଣାରେ ଏକମାତ୍ର ବଞ୍ଚିଥିବା ରମେଶ ବିଶ୍ୱାସକୁମାର ବୁଚାରଭାଡାଙ୍କୁ ମଧ୍ୟ ଭେଟିଛନ୍ତି, ଯିଏ ଦୁର୍ଭାଗ୍ୟଜନକ ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ୧୭୧ରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ।୩୮ ବର୍ଷୀୟ ରମେଶ, ଜଣେ ବ୍ରିଟିଶ ନାଗରିକ, ଫ୍ଲାଇଟରେ ସିଟ୍‌ ୧୧ଏ ରେ ବସିଥିଲେ — ଯାହା ଏକ ଜରୁରୀ ପ୍ରସ୍ଥାନ ଦ୍ୱାର ପଛରେ ଅବସ୍ଥିତ ଥିଲା।କେନ୍ଦ୍ର, ଗୁଜରାଟ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଶୋକ ପ୍ରକାଶ କରି ଅମିତ ଶାହ କହିଛନ୍ତି, “ସମଗ୍ର ଦେଶ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଆଜି ଯେଉଁମାନେ ନିଜ ଜୀବନ ହରାଇଛନ୍ତି ସେମାନଙ୍କ ପରିବାର ସହ ଏକାଠି ଛିଡ଼ା ହୋଇଛି।”



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.