PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମୋର୍ବି ବ୍ରିଜ ଭୁଶୁଡ଼ିବା ମାମଲାରେ ୧୨୬୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୋଲିସ, ମୁଖ୍ୟ ଅଭିଯୁକ୍ତ ହେଲେ ଓରେଭା ଗ୍ରୁପ୍ ମୁଖ୍ୟ…

  • ମୋର୍ବି ବ୍ରିଜ ଭୁଶୁଡ଼ିବା ମାମଲାରେ ୧୨୬୨ ପୃଷ୍ଠାର ଚାର୍ଜସିଟ୍
  • ମୁଖ୍ୟ ଅଭିଯୁକ୍ତ ଓରେଭା ଗ୍ରୁପ୍ ମୁଖ୍ୟ
  • ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ଓରେଭା ଗ୍ରୁପ୍ ମୁଖ୍ୟ ଜୟସୁଖ୍ ପଟେଲ

ନୂଆଦିଲ୍ଲୀ: ମୋର୍ବି ବ୍ରିଜ ଭୁଶୁଡ଼ିବା ମାମଲାରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି । ମୋର୍ବି କୋର୍ଟରେ ଉପସ୍ଥାପିତ ହୋଇଥିବା ଏହି ଚାର୍ଜସିଟରେ ଓରେଭା ଗ୍ରୁପ ମୁଖ୍ୟ ଜୟସୁଖ ପଟେଲଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କ ନାମ ରଖାଯାଇଛି । ଏଥିରେ ଜୟସୁଖ ପଟେଲଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଅଭିଯୁକ୍ତ ଜେଲ୍‌ରେ ଅଛନ୍ତି । ଜୟସୁଖ ପଟେଲଙ୍କ ଆଗୁଆ ଜାମିନ ଆବେଦନ ଉପରେ ଫେବୃଆରୀ ୧ ରେ ଶୁଣାଣି ହେବ । ବର୍ତ୍ତମାନ ଜୟସୁଖ୍ ପଟେଲ ଫେରାର ଅଛନ୍ତି । ପୋଲିସ ତାଙ୍କୁ ପଳାତକ ଘୋଷଣା କରିଛି । ଏନେଇ ଗୁଜୁରାଟର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଜୟସୁଖ ପଟେଲଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି । ପୋଲିସ ୯୦ ଦିନର ସମୟସୀମା ପୂର୍ବରୁ ଘଟଣା ଉପରେ ଅନୁସନ୍ଧାନ କରି ଚାର୍ଜସିଟ୍ ଦାଖଲ କରିଛି ।

ପୋଲିସ ବର୍ତ୍ତମାନ ସୁଦ୍ଧା ଡ୍ୟୁଟିରେ ଥିବା ୱାଚମ୍ୟାନ୍, ଓରେଭା ମ୍ୟାନେଜର ଏବଂ ଟିକେଟ୍ ୱିଣ୍ଡୋ କିରାଣୀଙ୍କ ସମେତ ଏପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ୧୨୬୨ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହି ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି । ଧାରା ୩୦୮, ୩୦୪, ୩୩୬, ୩୩୮ ଏବଂ ୧୧୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି । ସୂଚନାଥାଉକି, ଅଜନ୍ତା ବ୍ରାଣ୍ଡ ଅଧୀନରେ କାନ୍ଥ ଘଣ୍ଟା ଉତ୍ପାଦନ ପାଇଁ ଜଣାଶୁଣା ଓରେଭା ଗ୍ରୁପକୁ ମଛୁ ନଦୀ ଉପରେ ୧୦୦ ବର୍ଷର ପୁରୁଣା ଝୁଲାପୋଲର ନବୀକରଣ, ସଂଚାଳନ ଏବଂ ମରାମତି ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଥିଲା । ହେଲେ ପୋଲ ଖୋଲିବାର ଚାରି ଦିନ ପରେ ୩୦ ଅକ୍ଟୋବରରେ ପୋଲ ଭୁଶୁଡି ପଡିଥିଲା ।

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଓରେଭା ଗ୍ରୁପ୍ ଦ୍ୱାରା ଖରାପ ରକ୍ଷଣାବେକ୍ଷଣ, ବ୍ରିଜ୍ ଉପରେ ଲୋକଙ୍କ ସଂଖ୍ୟାକୁ ସୀମିତ ରଖିବାରେ ବିଫଳତା ଏବଂ ଟିକେଟ୍ ବିକ୍ରିରେ ସୀମିତତା ନହେବା ଭଳି ଅନେକ ତ୍ରୁଟି ବିଷୟରେ ଉଲ୍ଲେଖ କରିଥିଲେ । ପୋଲିସର କହିବାନୁସାରେ, ପୋଲରେ ପ୍ରାୟ ୩୦୦ ଲୋକ ଥିଲେ । କେବୁଲ ଛିଣ୍ଡିଯିବା ପରେ ବ୍ରିଜ ଭୁଶୁଡି ପଡିଥିଲା ।

ସମ୍ବନ୍ଧିତ ଖବର