ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଯୁକ୍ତ ଦୁଇ ଛାତ୍ର ଜୁନିଅର ଛାତ୍ରୀକୁ ପିଆଇଲା କୋଲ୍ଡଡ୍ରିଂକ, ତାପରେ…

ଟ୍ୟୁସନରେ ପଢ଼ୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡା ସାଜିଲା କାଳ। ଶେଷରେ ସହିନପାରି ଝଗଡ଼ାର ପ୍ରତିଶୋଧ ନେବା ପାଇଁ ଯୁକ୍ତ ଦୁଇରେ ପଢ଼ୁ୍ଥିବା ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀକୁ କରିଲା ହତ୍ୟା। ଏହି ଘଟଣା ସାହଦରା ଅଞ୍ଚଳରେ ଏକ ନିର୍ମାଣଧୀନ କୋଠରୀରେ ଘଟିଛି ବୋଲି ସୂଚନା ମିଳିଛି।

{"id":9049,"width":738,"height":491}

ପରିବାର ଲୋକ ନାବାଳିକାକୁ ଖୋଜି ଖୋଜି ନ ପାଇବାରୁ ହଜିଯାଇଛି ବୋଲି ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଖୋଜି ତା ପାଖରେ ପଂହଚିଥିଲା। ମାମଲାକୁ ଯାଞ୍ଚ କରିବା ପରେ ପୁଲିସ ନିର୍ମାଣଧୀନ କୋଠରୀରୁ ଛାତ୍ରୀର ଶବ ଉଦ୍ଧାର କରିଛି ବୋଲି ସୂଚନା ଦେଇଛି।

ମିଳିଥିବା ଖବର ଅନୁସାରେ ଛାତ୍ରୀଙ୍କୁ ନିଶା ଦ୍ରବ୍ୟ ପିଆଇ ତା ସହିତ ଦୁଷ୍ମର୍ମ କରିଥିଲା। ପରେ ତାକୁ ହତ୍ୟା କରିଛି। ଜିଳ୍ଲା ପୁଲିସ ଡେପୁଟି କମିସନର ମେଘନା ଯାଦବ ଅଭିଯୁକ୍ତକୁ ଧରିଛନ୍ତି। ଏହି ଘଟଣାରେ ଅନ୍ୟ ଛାତ୍ର ସାମିଲ ଅଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ବର୍ତ୍ତମାନ ଘଟଣା ସମ୍ପର୍କରେ ପୁଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି ଏବଂ ଛାତ୍ରୀର ଶବକୁ ପୋଷ୍ଟମର୍ଟମ ପାଇଁ ଏକ ସୁରକ୍ଷିତ ଶବ ଗୃହରେ ରଖିଛି।

{"id":9050,"width":739,"height":483}

ଅଭିଯୁକ୍ତ ଛାତ୍ର କହିବାନୁସାରେ, ଟ୍ୟୁସନ ଶିକ୍ଷକ ଗାଳି ଶୁଣିବା ପରେ ଛାତ୍ରୀ ଉପରେ ପ୍ରତିଶୋଧ ନେବା ପାଇଁ ଯୋଜନା କରିସାରିଥିଲା। ପ୍ରଥମେ ଛାତ୍ରୀ ଜଣକ ସହିତ ଫେସବୁକ୍ ଓ ହ୍ବାଟସଅପରେ କଥାବାର୍ତ୍ତା କରିବା ଆରମ୍ଭ କରିଥିଲା। ଧୀରେ ଧୀରେ ଦୁହେଁ ପ୍ରତିଦିନ ଦେଖାକରିବାକୁ ଲାଗିଲେ।

ତାପରେ ତାକୁ ମାରିବାକୁ ଯୋଜନା କରିଥିଲା। ଯୋଜନାରେ ସଫଳ ହେବା ପରେ ମାରିବା ସମୟରେ ତା ମୁହଁରେ ଟେପ୍ ମାରିଦେଇଥିଲା। ତାପରେ ତଣ୍ଟି ଚିପି ହତ୍ୟା କରିଛି। ନାବାଳିକାର ମୁହଁକୁ କେହି ଯେମିତି ଚିହ୍ନି ନ ପାରିବେ ସେଥିପାଇଁ ସେ ପଥରରେ ଛେଚି ଛେଚି ମୁହଁକୁ ଖଣ୍ଡିଆ ଖାବରା କରିଦେଇଛି।

Copyright © 2022 - Summa Real Media Private Limited. All Rights Reserved.