PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସମୁଦ୍ରରୁ ପ୍ଲାଷ୍ଟିକ୍ ଆବର୍ଜନା ସଫେଇ ପାଇଁ ଜାହାଜ ଡିଜାଇନ୍ କଲେ ୧୨ ବର୍ଷୀୟ ବାଳକ

ପୁଣେ: ହାଜିକ୍ କାଜି ନାମକ ପୁଣେର ଜଣେ ୧୨ ବର୍ଷିୟ ବାଳକ ‘ଏର୍ଭିସ୍’ ବୋଲି ଏକ ପାଣି ଜାହାଜର ଡିଜାଇନ୍ କରିଛନ୍ତି। ଏହା ସମୁଦ୍ରରୁ ପ୍ରଦୂଷଣ ହ୍ରାସ କରାଇବା ସହ ସାମୁଦ୍ରିକ ଜୀବଙ୍କୁ ବଞ୍ଚାଇବ।
ହାଜିକ୍ କାଜି କହନ୍ତି: ମୁଁ କେତେକ ପ୍ରାମାଣିକ ଚଳଚ୍ଚିତ୍ର ଦେଖି ସାମୁଦ୍ରିକ ଜୀବଙ୍କ ଉପରେ ଆବର୍ଜନାର ପ୍ରଭାବ କଥା ଅନୁଭବ କଲି। ମୋତେ କିଛି କରିବାକୁ ପଡ଼ିବ ବୋଲି ମୋର ମନେହେଲା। ଆମେ ଖାଉଥିବା ମାଛ ସମୁଦ୍ରରେ ପ୍ଲାଷ୍ଟିକ୍ ଖାଉଥିବାରୁ ପ୍ରଦୂଷଣ ଚକ୍ର ଆମ ମଧ୍ୟକୁ ଆସି ମଣିଷ ଜୀବନକୁ ପ୍ରଭାବିତ କରୁଛି। ତେଣୁ ମୁଁ ‘ଏର୍ଭିସ୍’ର କଳ୍ପନା କଲି।
‘ଏର୍ଭିସ୍’ର କାର‌୍ୟ୍ୟ ଓ ବୈଶିଷ୍ଟ୍ୟ ସଂକ୍ରାନ୍ତରେ ହାଜିକ୍ କହନ୍ତି: ଆବର୍ଜନା ଶୋଷି ନେବାକୁ ଏଥିରେ ଥିବା ଥାଳିଆଗୁଡ଼ିକ କେନ୍ଦ୍ରାଭିମୁଖୀ ଶକ୍ତି ବ୍ୟବହାର କରନ୍ତି। ଏହା ପରେ ସଂଗୃହୀତ ଆବର୍ଜ୍ଜନା ପୃଥକ୍ ତିନି ଭାଗ କରାଯାଏ (ପାଣି, ସାମୁଦ୍ରିକ ଜୀବ ଓ ଆବର୍ଜନା)। ସାମୁଦ୍ରିକ ଜୀବ ଓ ପାଣିକୁ ସମୁଦ୍ରରେ ଛାଡ଼ି ଦିଆଯାଏ। ସେଥିରୁ ବାହାରି ଥିବା ଆବର୍ଜନାକୁ ଆହୁରି ୫ ଭାଗରେ ପୃଥକ୍ କରାଯାଏ।
ଏହାକୁ ଆନ୍ତର୍ଜାତିକ ପ୍ଲାଟ୍ଫର୍ମରେ ଉପସ୍ଥାପନ କରି ହାଜିକ୍ ବହୁ ପଣ୍ଡିତ ଏବଂ ସଂଗଠନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ସେ କହିଛନ୍ତି ଯେ ତାଙ୍କ ନିର୍ମିତ ଜାହାଜ ଡିଜାଇନ୍ର ତଳେ ରହିଛି ଗୋଟାଏ ମେସିନ୍ ଯାହା ସମୁଦ୍ରରୁ ପ୍ଲାଷ୍ଟିକ୍ ଶୋଷି ଆଣି ଆକାର ଅନୁସାରେ ତାହାକୁ ପୃଥକ୍ କରିଥାଏ। ଜାହାଜ ତଳେ ରହିଛି ଏକ ସେନସର୍ ଯାହା ସମୁଦ୍ରରେ ଭାସିବା ସମୟରେ ସାମୁଦ୍ରିକ ଜୀବ, ପାଣି ଓ ପ୍ଲାଷ୍ଟିକ୍ ଚିହ୍ନଟ କରିଥାଏ।
୯ ବର୍ଷ ବୟସର ହୋଇଥିବା ବେଳେ ହାଜିକ୍ଙ୍କ ମୁଣ୍ଡରେ ଏ କଥା ପଶିଥିଲା।

ସମ୍ବନ୍ଧିତ ଖବର