୧୩ ସହରର ତାପମାତ୍ରା ୪୦ ଟପିଲା

ଭୁବନେଶ୍ୱର ୧୧/୬: ତାତିରୁ ମିଳୁନି ତ୍ରାହି । ମଙ୍ଗଳବାର ୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ହୀରାକୁଦରେ ୪୪.୪ ଡିଗ୍ରୀ, ଝାରସୁଗୁଡା ୪୪.୨, ସୋନପୁର ୪୪, ଟିଟିଲାଗଡ ୪୩.୪, ତାଳଚେର ୪୨.୫, ବଲାଙ୍ଗିର ୪୧.୮, ଅନୁଗୁଳ ୪୧.୭, ସୁନ୍ଦରଗଡ ୪୧, ଭବାନୀପାଟଣା ୪୦.୬, ଭୁବନେଶ୍ୱର ୪୦.୩, ମାଲକାନଗିରି ୪୦.୨, ଚାନ୍ଦବାଲି ୪୦ ଡିଗ୍ରୀ ତାପମାତ୍ରା ରହିଛି ।
