PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କୋର୍ଟରେ ପଡ଼ିରହିଛି ୧୩ଲକ୍ଷ ୧୭ହଜାର ମାମଲା

ଭୁବନେଶ୍ୱର,୭ା୨(ବ୍ୟୁରୋ): ଓଡ଼ିଶାର ବିଭିନ୍ନ କୋର୍ଟରେ ପଡ଼ି ରହିଛି ଲକ୍ଷ ଲକ୍ଷ ମାମଲା । କେଉଁଠି ବିଚାରପତି ନାହାନ୍ତି ତ ଆଉ କେଉଁ କୋର୍ଟରେ ପଦ ପୂରଣ ହେଉନାହିଁ । ଫଳରେ ମାମଲା ବିଚାରରେ ବିଳମ୍ବ ହେଉଛି । ବିଧାନସଭା ରିପୋର୍ଟ କହୁଛି, ୩୦ ଜିଲ୍ଲାରେ ସମୁଦାୟ ୧୩ ଲକ୍ଷ ୧୭ ହଜାର ୧୧୭ଟି ମାମଲା ବିଚାର ପାଇଁ ପଡ଼଼ି ରହିଛି । ପଡୋଶୀ ପଶ୍ଚିମବଙ୍ଗ ଠାରୁ ଓଡ଼ିଶାରେ ୪୨ ପ୍ରତିଶତରୁ ଅଧିକ ମାମଲା ବିଚାର ଅପେକ୍ଷାରେ ଅଛି । ଏ ଦିଗରେ ସରକାର ଅଧିକ ନଜର ଦେଉନାହାନ୍ତି । ସେଥିପାଇଁ ବର୍ଷକୁ ବର୍ଷ ମାମଲାର ଭାର ବଢ଼ି ଚାଲିଛି ।
ରିପୋର୍ଟ ମୁତାବକ ସମୁଦାୟ ୧୩ ଲକ୍ଷ ୧୭ ହଜାର ୧୧୭ଟି ମାମଲା ବିଚାର ପାଇଁ କୋର୍ଟଗୁଡ଼ିକରେ ପଡ଼଼ିରହିଛି । ସେଥିମଧ୍ୟରୁ ୧୦ ଲକ୍ଷ ୧୧ ହଜାର ୪୬୫ଟି ଅପରାଧିକ (କ୍ରିମିନାଲ) ମାମଲା ଥିବା ବେଳେ ୩ ଲକ୍ଷ ୫ ହଜାର ୬୫୨ ଟି ଦେୱାନି(ସିଭିଲ୍‌) । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୋର୍ଟରେ ସର୍ବାଧିକ ୪୫ ହଜାର ୧୧୯ ଟି ଦେୱାନି ମାମଲା ଓ ୧ ଲକ୍ଷ ୩ ହଜାର ୨୯୭ଟି ଅପରାଧିକ ମାମଲା ବିଚାରାଧୀନ ରହିଛି । ସବୁଠାରୁ କମ୍‌ ମାମଲା ରହିଛି ମାଲକାନଗିରି ଜିଲ୍ଳାରେ । ଏହି ଜିଲ୍ଲାରେ ମାତ୍ର ୩୪୦ ଟି ଦେୱାନି ଓ ୫,୮୮୪ ଟି ଅପରାଧିକ ମାମଲା ପଡ଼ିରହିଛି ।
ମାମଲା ବିଚାରଧୀନ ଭାବେ ପଡ଼ିରହିବାର ଅନେକ କାରଣ ରହିଛି । ଏହାର ପ୍ରମୁଖ କାରଣ ହେଲା ଅନେକ କୋର୍ଟରେ ମୋଟ ଉପରେ ବିଚାରପତି ନାହାନ୍ତି । ରିପୋର୍ଟରୁ ଜଣାପଡ଼ିଛି ୫୬ ବିଚାରପତିଙ୍କ ପଦବି ଖାଲି ରହିଛି । ସେଥିମଧ୍ୟରୁ ୮ଟି ଜିଲ୍ଳା ଜଜ୍‌, ୭ ଟି ବରିଷ୍ଠ ସିଭିଲ୍‌ ଜଜ୍‌ ଓ ୪୧ ଟି ସିଭିଲ୍‌ ଜଜ୍‌ ପଦବୀ ଖାଲିପଡ଼ିଛି । ଏ ବିଷୟରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଖାଲି ପଦବି ଗୁଡ଼ିକ ପୂରଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।