PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଚଳିତ ଶିକ୍ଷାବର୍ଷରୁ ୧୦୬ ସ୍କୁଲ୍‌ରେ ଏକାଦଶ ପାଠପଢ଼, ୧୩୪୬୮ ସିଟ୍‌ ପାଇଁ ହେବ ନାମଲେଖା

ଭୁବନେଶ୍ୱର, ୨୩/୦୫: ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବାକୁ ପଦକ୍ଷେପ ନିଆଯାଇଥି । ଏଥିରୁ ୧୦୦ଟି ସ୍କୁଲ୍‌ରେ କଳା ଓ ୬ଟି ସ୍କୁଲ୍‌ରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟରେ ୨ଟି ଲେଖାଏ ସେକ୍ସନ୍‌ ଖୋଲିବା ପାଇଁ ସ୍ଥିର ହୋଇଛି । ପ୍ରତ୍ୟେକ ସେକ୍ସନ୍‌ରେ ୬୪ଜଣ ଲେଖାଏ ମୋଟ୍‌ ୧୨୮ ଛାତ୍ରଛାତ୍ରୀ ନାମଲେଖାଇ ପାରିବେ । ଏହା ଦ୍ୱାରା ରାଜ୍ୟରେ ୧୦୬ଟି ସରକାରୀ ସ୍କୁଲ୍‌ରେ ମୋଟ୍‌ ୧୩୪୬୮ ସିଟ୍‌ ନାମଲେଖା ପାଇଁ ବୃଦ୍ଧି ପାଇବ । ଏପରିକି ପ୍ରଧାନଶିକ୍ଷକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ତାଲିମ୍‌ ଦିଆଯିବ । ଏଥିସହ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା ସ୍କୁଲ୍‌ସ୍ତରରେ କରାଯିବ ।

ସୂଚନାଯୋଗ୍ୟ, ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ ପାସ୍‌ ହାର ରେକର୍ଡ ସଂଖ୍ୟକ ହୋଇଛି । ଚଳିତ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାରକୁ ମିଶାଇ ୫ଲକ୍ଷ ୧୨ହଜାର ୪୬୦ଜଣ ପିଲା ପାସ୍‌ କରିଛନ୍ତି । ମାତ୍ର ରାଜ୍ୟରେ ଯୁକ୍ତ ୨ ପାଇଁ ମୋଟ୍‌ ୫ଲକ୍ଷ ୯ହଜାର ୩୫୮ ସିଟ୍‌ ରହିଛି । ସେହିପରି ପ୍ରତିବର୍ଷ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡରୁ ପ୍ରାୟ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ସିଏଚ୍‌ଏସ୍‌ଇ ବୋର୍ଡକୁ ଆସିଥାନ୍ତି । ଏପରି ସ୍ଥିତିରେ କିପରି ନାମଲେଖା ହେବ ସେନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି ।