ନୂଆଦିଲ୍ଲୀ,୧୭।୩: ଉତ୍ତର ପ୍ରଦେଶର ବାରଣାସୀରେ ଗତ ସୋମବାର ଗଙ୍ଗା ନଦୀରେ ଇଫତାର ପାର୍ଟିକୁ ନେଇ ବିବାଦ। ଏବେ ଇଫତାର ପାର୍ଟିକୁ ନେଇ ବିବାଦ ସୃଷ୍ଟି ହୋଇଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। କୁହାଯାଉଛି ଯେ, ଇଫତାର ବେଳେ ଚିକେନ୍ ବିରିୟାନୀ ପରସା ଯାଇଥିଲା। ଭିଯୋଗ ହେଉଛି ଯେ, ବଳକା ଖାଦ୍ୟ ଭିତରେ ହାଡ ମଧ୍ୟ ଥିଲା,ଯାହାକି ଗଙ୍ଗା ନଦୀରେ ଫୋପାଡି ଦେଇଥିଲେ। ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରାଯାଇ

ଭିଡିଓ ସାମନାକୁ ଆସିବା ପରେ ପୁରା ମାମଲାକୁ ନେଇ ବିବାଦ ବଢିଛି। ଲୋକେ ଏହାକୁ ଗଙ୍ଗାନଦୀର ପବିତ୍ରତାର ବିରୋଧ ବୋଲି କୁହାଯାଉଛି। ବିଶେଷ ଭାବରେ ରମଜାନ ବେଳେ ଏଭଳି ଗତିବିଧିକୁ ନେଇ ଧାର୍ମିକ ସମ୍ବେଦନଶୀଳ ମାମଲା ପାଲଟିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କିଛି ଯୁବକ ଢଙ୍ଗାରେ ବସି ଏକାଠି ଇଫତାର ପାର୍ଟି କରୁଛନ୍ତି ଏବଂ ବଳକା ଖାଦ୍ୟ ନଦୀରେ ପକାଉଛନ୍ତି।

ଭାରତୀୟ ଜନତା ଯୁବ ମୋର୍ଚ୍ଚା ମହାନଗର ସଭାପତି ରଜତ ଜୟସୱାଲ କୋତୱାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଏକ ସମ୍ପ୍ରଦାୟର କିଛି ଯୁବକ ଗଙ୍ଗା ନଦୀରେ ଡଙ୍ଗାରେ ଇଫତାର ସମୟରେ କେବଳ ଆମିଷ ଖାଦ୍ୟ ଖାଇ ନଥିଲେ, ବରଂ ବଳିଥିବା ଖାଦ୍ୟକୁ ନଦୀରେ ଫିଙ୍ଗି ଦେଇଥିଲେ, ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଛି। ଅଭିଯୋଗ ଆଧାରରେ, ପୋଲିସ ଭାଇରାଲ ଭିଡିଓର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ, ପ୍ରଥମ ଭିଡିଓଟି ସତ ବୋଲି ଜଣାପଡିଥିଲା। ପରବର୍ତ୍ତୀ ସମୟରେ, ଭିଡିଓରେ ଦେଖାଯାଉଥିବା ଯୁବକଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ପୋଲିସ ୧୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପରେ ଗିରଫ କରିଛି। ।