PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଓଡ଼ିଶା ଅଗ୍ନିଶମ ବିଭାଗର ୧୪ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୫/୦୮: ବୀରତ୍ୱ ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ଫାୟାର ମ୍ୟାନ୍‌ ପ୍ରକାଶ କୁମାର ବଳ, ଉଲ୍ଲେଖନୀୟ ସେବା ପାଇଁ ଷ୍ଟେସନ୍‌ ଅଫିସ୍‌ର ସୁରେନ୍ଦ୍ରନାଥ ଗଡ଼ପାଳ, ମନୋଜ କୁମାର ସାହୁ, ପ୍ରଶଂସନୀୟ ସେବା ପାଇଁ ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝି, ଷ୍ଟେସନ୍‌ ଅଫିସର ଅଶୋକ କୁମାର ଶତପଥୀ, ଷ୍ଟେସନ୍‌ ଅଫିସର ନିରଞ୍ଜନ ପଟ୍ଟନାୟକ, ଲିଡିଂ ଫାୟାର ମ୍ୟାନ୍‌ ବେଣୁଧର ବେହେରା, ଲିଡିଂ ଫାୟାରମ୍ୟାନ୍‌ କେ.ନରସିଂମା ରାଓ, ଡ୍ରାଇଭର ହାବିଲଦାର ଧୀରେନ୍ଦ୍ର ନାଥ ଜେନାଙ୍କୁ ରାଷ୍ଟ୍ରପତି ପଦକ ମିଳିବ ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ହୋମ୍‌ଗାର୍ଡ ଗୀତାରାଣୀ ବେହେରା, ହୋମ୍‌ଗାର୍ଡ ଅରୁଣ କୁମାର ସାହୁ, ହୋମ୍‌ଗାର୍ଡ ପ୍ରଦୀପ କୁମାର ଦାସ, ହୋମ୍‌ଗାର୍ଡ ବିଷ୍ଣୁ ଚରଣ ଭୁଜବଳ ଓ ଭଲ୍ୟୁଣ୍ଟର ଗଣେଶ ବାରିକ ମଧ୍ୟ ପଦକ ପାଇବେ।