PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଏମ୍‌ସରେ ଖୋଲିବ ୧୪ ମୋଡ୍ୟୁଲାର ଓଟି

ଭୁବନେଶ୍ୱର,୨୪ ।୧(ବ୍ୟୁରୋ): ଆଗାମୀ ଦୁଇ ମାସ ମଧ୍ୟରେ ଏମ୍‌ସରେ ରୋଗୀ ଚିକିତ୍ସାରେ ପରିବର୍ତ୍ତନ ଆସିବ । ରୋଗୀ ଅସ୍ତ୍ରୋପଚାର ପାଇଁ ଆଉ ହଇରାଣ ହେବେନି । ମାସକ ମଧ୍ୟରେ ୧୪ ମୋଡ୍ୟୁଲାର ଓଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏବେ କ୍ୟାନ୍‌ସର ରୋଗୀ ରେଡିଓଥେରାପି ପାଇଁ ଏମ୍‌ସରେ ମାସ ମାସ ଧରି ଅପେକ୍ଷା କରୁଛନ୍ତି । ଏବେ ଗୋଟିଏ ମେସିନ୍‌ ଥିବାରୁ ଶହ ଶହ ସଂଖ୍ୟାରେ ରୋଗୀ ଲାଇନ୍‌ ଲଗାଇ ରହୁଛନ୍ତି । ଏ ସମସ୍ୟାରୁ ମୁକ୍ତି ମିଳିବ । ଖୁବ୍‌ଶୀଘ୍ର ଏମ୍‌ସରେ ଆଉ ଏକ ରେଡିଓଥେରାପି ମେସିନ୍‌ (ହେଲା) ବସିବ । ଏହାବାଦ୍‌ ଆଉ ଏକ ଏମ୍‌ଆର୍‌ଆଇ ମେସିନ୍‌ ବସୁଛି । ଦୁଇ ମାସ ମଧ୍ୟରେ ମେସିନ୍‌ ଇନ୍‌ଷ୍ଟଲ୍‌ କାମ ସରିବ । ଏହାପରେ ରୋଗୀସେବା ପାଇ ପାରିବେ ବୋଲି ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଗତବର୍ଷ ଏପ୍ରିଲ ମାସରେ ଏମ୍‌ସରେ ଆରମ୍ଭ ହୋଇଥିଲା ରେଡିଓଥେରାପି ଚିକିତ୍ସା । ତେବେ ଆଟୋମିକ୍‌ ଏନର୍ଜୀ ବିଭାଗରୁ ଅନୁମତି ମିଳିବା ବେଳକୁ ଜୁନ୍‌ ମାସ ହୋଇଯାଇଥିଲା । ଏହାପରେ ପାଖାପାଖି ୯୦୦ରୁ ଅଧିକ ରୋଗୀ ରେଡିଓଥେରାପି ଚିକିତ୍ସା ପାଇଛନ୍ତି । ଏବେ ବି ପାଖାପାଖି ୨୦୦ରୁ ଅଧିକ ରୋଗୀ ରୋଗୀ ଲାଇନ୍‌ରେ ରହିଛନ୍ତି । ଅନେକ ରୋଗୀ ମଧ୍ୟ ବାଧ୍ୟରେ ବିଳମ୍ବ ହେବାରୁ ଘରୋଇ ହସ୍ପିଟାଲରେ ଯାଇ ଚିକିତ୍ସିତ ହୋଇଛନ୍ତି । ତେଣୁ ଆଉ ଏକ ମେସିନ୍‌ ବସାଇବାକୁ ଏମ୍‌ସ କର୍ତ୍ତୃପକ୍ଷ କେନ୍ଦ୍ର ସରକାରକୁ ଚିଠି ଲେଖିଥିଲେ । ଆସନ୍ତା କାଲି ଏକ ପ୍ରତିନିଧି ଦଳ ଏମ୍‌ସ ଆସିବାର ଅଛି । ଟିମ୍‌ ରିପୋର୍ଟ ଦେବା ପରେ ଖୁବ୍‌ଶୀଘ୍ର ନୂଆ ମେସିନ୍‌ ବସିବ ବୋଲି ଆଶା କରାଯାଉଛି ।
ରେଡିଓଥେରାପିଠୁ ରୋଗୀଙ୍କୁ ଆହୁରି କନ୍ଦାଉଛି ଏମ୍‌ଆରଆଇ ପରୀକ୍ଷା । ଏମ୍‌ଆର୍‌ଆଇ ପରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ ଏମ୍‌ସରେ ୫ ମାସ ଯାଏ ଅପେକ୍ଷା କରିବାକୁ ପଡ଼ୁଛି । ହେଲେ ଏବେ ଏମ୍‌ସରେ ଛୋଟ ଏମ୍‌ଆରଆଇ ମେସିନ୍‌ ଥିବାରୁ କମ୍‌ ରୋଗୀଙ୍କୁ ଚିକିତ୍ସା ମିଳୁଛି । ଏବେ ଆୟୁଷ ବିଲ୍ଡିଂରେ ଏମ୍‌ଆରଆଇର ଅତ୍ୟାଧୁନିକ ୩.୫ ଟେସଲା ବସୁଛି । ଏହି ନୂଆ ମେସିନ୍‌ ବସିଲେ, ରୋଗୀ ଅତ୍ୟାଧୁନିକ ଚିକିତ୍ସା ପାଇବେ । ଆଉ ଅଧିକ ଦିନ ଅପେକ୍ଷା କରିବାକୁ ହେବନି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ମେସିନ୍‌ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏହାବାଦ୍‌ ମାସକ ଭିତରେ ଏମ୍‌ସରେ ଖୁବ୍‌ଶୀଘ୍ର ୧୪ଟି ମଡ୍ୟୁଲାର ଅପରେସନ୍‌ ଥିଏଟର (ଓଟି)ଖୋଲିବ । ସମୁଦାୟ ୨୫ ଓଟିରୁ ୧୪ ଟି ଓଟି ପ୍ରାଥମିକ ପର୍ଯ୍ୟାୟରେ ଖୋଲିବ । ବାକି ଓଟି ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ । ଓଟି ସଂଖ୍ୟା ବଢିଲେ, ଏବେ ରୋଗୀ ଯେଉଁଭଳି ଭାବେ ମାସ ମାସ ଧରି ଅପେକ୍ଷା କରୁଛନ୍ତି । ଆଉ ଏ ସମସ୍ୟା ରହିବନି ।

ସମ୍ବନ୍ଧିତ ଖବର