ସାଧାରଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ,୧୪ ପୁଲିସ ସମ୍ମାନିତ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସରେ ଉଲ୍ଲେଖନୀୟ ସେବା ପାଇଁ ୧୪ଜଣ ପୁଲିସ ଅଧିକାରୀଙ୍କୁ ପୁରସ୍କାର ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ସେମାନେ ହେଲେ କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଆଇନ୍ ଶୃଙ୍ଖଳା ଆଇଜି ଅମିତାଭ ଠାକୁର, ଭିଜିଲାନ୍ସ ଏସ୍ପି ସୁଧା ସିଂହ, ଏସ୍ପି କାହ୍ନୁଚରଣ ପଟ୍ଟନାୟକ, ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ପଟ୍ଟନାୟକ, ଇଓଡବ୍ଲ୍ୟୁ ଇନ୍ସପେକ୍ଟର ଆଶିଷ କୁମାର ମିଶ୍ର, ଇନ୍ସପେକ୍ଟର ରଶ୍ମୀରଞ୍ଜନ ମହାପାତ୍ର, ସିକ୍ୟୁରିଟି ୱିଙ୍ଗ ଏସ୍ଆଇ ଅରୁଣ କୁମାର ବଳିଆର ସିଂହ, ଏସ୍ଆଇ ସୁବାଶ ଚନ୍ଦ୍ର ମଲ୍ଲିକ, ଏଏସ୍ଆଇ ସୁକାନ୍ତ କୁମାର ମହାନ୍ତି, ହାବିଲଦାର ଆଲେକ୍ସଜାଣ୍ଡର କୁଜୁର, କନଷ୍ଟେବଳ ଅବକାଶ ଚନ୍ଦ୍ର ପଣ୍ଡା, ସୋମନାଥ ସ୍ୱାଇଁ, ପବିତ୍ର ମୋହନ ପ୍ରଧାନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ, ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏବଂ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।