PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପରୀକ୍ଷା କେନ୍ଦ୍ରରେ ଲାଗୁ ହେବ ୧୪୪ ଧାରା

source:scroll.in

ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ଏଣିକି ପରୀକ୍ଷା କେନ୍ଦ୍ରର ଆଖପାଖରେ ଜାରି ହେବ ୧୪୪ ଧାରା । ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‌ଇ) କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଥିବା ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମୟରେ ଏଭଳି ପଦକ୍ଷେପ ନେବାଲାଗି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।
ଗତବର୍ଷ ପ୍ରଶ୍ନପତ୍ର ଲିକ୍‌କୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଅଧିକ ନିରାପତ୍ତା ଓ ସୁରକ୍ଷା ଲାଗି ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ସିବିଏସ୍‌ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୫ ରୁ ଏପ୍ରିଲ ୪ ତାରିଖ ମଧ୍ୟରେ ସମଗ୍ର ଦେଶରେ ୨୧ହଜାର ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଲାଗି ସିବିଏସ୍‌ଇ ବୋର୍ଡ ଅଧ୍ୟକ୍ଷ ଅନୀତା କରୱାଲ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟର ୪୫୯ଟି ବିଦ୍ୟାଳୟ ସିବିଏସ୍‌ଇ ବୋର୍ଡ ସହିତ ଅନୁବନ୍ôଧତ ଥିବା ବେଳେ ୧୨୪ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ । ସୁଶ୍ରୀ କରୱାଲ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ଆଖପାଖରେ ଆବଶ୍ୟକସ୍ଥଳେ ୧୪୪ ଧାରା ଜାରି କରାଯିବ ।
ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅକ୍ଷୀକ୍ଷକ(ଏସପି)ମାନେ ଜିଲ୍ଲାସ୍ତରରେ ପରୀକ୍ଷା ସମୟରେ ଆଇନ ଶୃଙ୍ଖଳା ରକ୍ଷାଲାଗି ପଦକ୍ଷେପ ନେବାକୁ ବୋର୍ଡ ମୁଖ୍ୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ପରୀକ୍ଷାକେନ୍ଦ୍ର ଗୁଡିକ ନିକଟରେ ଆବଶ୍ୟକ ସଂଖ୍ୟକ ପୁଲିସ୍‌ ମୁତୟନ ଲାଗି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି । ପରୀକ୍ଷା ସମୟ ଦିନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ ସେହି ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଲାଗି ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି । ପରୀକ୍ଷା ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି । ଏଭଳି କାର୍ଯ୍ୟ ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ସଂଗ୍ରହ ସହିତ ପଦକ୍ଷେପ ନେବାକୁ ସୁଶ୍ରୀ କରୱାଲ ଅନୁରୋଧ କରିଛନ୍ତି । ଗତବର୍ଷ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ସିବିଏସ୍‌ଇ କର୍ତ୍ତୃପକ୍ଷ ସମସ୍ୟାରେ ପଡିଥିବା ବେଳେ ଦେଶ ବ୍ୟାପୀ ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା । ତେଣୁ ଚଳିତବର୍ଷ ପରୀକ୍ଷା ଯେଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ।