ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଝରିଗାଁ ଘାଟିରେ ବ୍ୟାଣ୍ଡ ପାର୍ଟି ଗାଡି ଓଲଟି ୧୫ କଳାକାର ଆହତ

Published By : Prameya | February 23, 2025 10:03 PM

ଚନ୍ଦାହାଣ୍ଡି /ଝରିଗାଁ ୨୩।୨(ଆ ପ୍ର ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଝରିଗାଁ ଘାଟିରେ ବର ପାର୍ଟିର  ବ୍ୟାଣ୍ଡ   ଗାଡି ଓଲଟି ୧୫ ଜଣ  କଳାକାର ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି  । ଗୁରୁତର ଜଣକ ହେଲେ   ରାଇଘର  ଥାନା ଅଧିନ ଜଡାପରା ଗ୍ରାମର l  ଆହତମାନେ  ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନା ମୁତାବକ ରାଇଘର ଥାନା ଅଧିନ ଜଡ଼ାପରା ଗ୍ରାମର  ଆଇତୁ ହରିଜନଙ୍କ ପୁଅ  ରାଜୁ ହରିଜନ ଚନ୍ଦାହାଣ୍ଡି ଥାନା ଅଧିନ ଖଡ଼ଖଡ଼ି ଗ୍ରାମରେ ବିବାହ ଅନୁଷ୍ଠିତ ହୋଇଥିଲା।ଏଥିରେ ବାଦ୍ୟ ପରିବେଷଣ କରିବା ପାଇଁ ଜଡ଼ାପରାର ୧୯ ଜଣ ବ୍ୟାଣ୍ଡ କଳାକାର  ଏକ ମହିନ୍ଦ୍ରା ପିକ ଅପ ଗାଡିରେ ଆସୁଥିଲେ l  ଚନ୍ଦାହାଣ୍ଡି ଝରିଗାଁ ଘାଟିରେ ପିକଅପର ବ୍ରେକ ଫେଲ ହେବାରୁ  ଘାଟିରେ ଗାଡି ଓଲଟି ପଡି ଥିଲା l ଯାହା ଫଳରେ ଏଥିରେ ରହିଥିବା ୧୫ ଜଣ କଳାକାର ଆହତ ହୋଇ ଥିଲେ l  ରାସ୍ତା ଦେଇ ଆସୁଥିବା  ଲୋକମାନେ  ସେମାନଙ୍କୁ ଉଦ୍ଧାର କରିବା ସହ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.