ଚନ୍ଦାହାଣ୍ଡି /ଝରିଗାଁ ୨୩।୨(ଆ ପ୍ର ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଝରିଗାଁ ଘାଟିରେ ବର ପାର୍ଟିର  ବ୍ୟାଣ୍ଡ   ଗାଡି ଓଲଟି ୧୫ ଜଣ  କଳାକାର ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି  । ଗୁରୁତର ଜଣକ ହେଲେ   ରାଇଘର  ଥାନା ଅଧିନ ଜଡାପରା ଗ୍ରାମର l  ଆହତମାନେ  ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନା ମୁତାବକ ରାଇଘର ଥାନା ଅଧିନ ଜଡ଼ାପରା ଗ୍ରାମର  ଆଇତୁ ହରିଜନଙ୍କ ପୁଅ  ରାଜୁ ହରିଜନ ଚନ୍ଦାହାଣ୍ଡି ଥାନା ଅଧିନ ଖଡ଼ଖଡ଼ି ଗ୍ରାମରେ ବିବାହ ଅନୁଷ୍ଠିତ ହୋଇଥିଲା।ଏଥିରେ ବାଦ୍ୟ ପରିବେଷଣ କରିବା ପାଇଁ ଜଡ଼ାପରାର ୧୯ ଜଣ ବ୍ୟାଣ୍ଡ କଳାକାର  ଏକ ମହିନ୍ଦ୍ରା ପିକ ଅପ ଗାଡିରେ ଆସୁଥିଲେ l  ଚନ୍ଦାହାଣ୍ଡି ଝରିଗାଁ ଘାଟିରେ ପିକଅପର ବ୍ରେକ ଫେଲ ହେବାରୁ  ଘାଟିରେ ଗାଡି ଓଲଟି ପଡି ଥିଲା l ଯାହା ଫଳରେ ଏଥିରେ ରହିଥିବା ୧୫ ଜଣ କଳାକାର ଆହତ ହୋଇ ଥିଲେ l  ରାସ୍ତା ଦେଇ ଆସୁଥିବା  ଲୋକମାନେ  ସେମାନଙ୍କୁ ଉଦ୍ଧାର କରିବା ସହ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l