ହରଭଙ୍ଗା , ୩୦।୩ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ଗ୍ରାମର ଜଣଙ୍କ ଘର ଭିତରୁ ୧୫ ଫୁଟର ଅହିରାଜ ଉଦ୍ଧାର । ୬ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହୋଇଛି ଅହିରାଜ। ସ୍ନେକ ହେଲ୍ପ ଲାଇନର ୫ ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରାଙ୍କ ଘରେ ଏକ ଅହିରାଜ ରହିଥିଲା। ଖବର ପାଇ ସ୍ନେକ ହେଲପ ଲାଇନର ୫ ଜଣିଆ ଟିମ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ଅହିରାଜକୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ ୫ ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟର ଅଜୟ ସ୍ୱାଇଁଙ୍କ ଉପସ୍ଥିତିରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳରେ ଛାଡିଥିଲେ।