ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାଜ୍ୟରେ ୧୬୮ ଇନ୍ସପେକ୍ଟରଙ୍କ ଡିଏସ୍‌ପିକୁ ପଦୋନ୍ନତି, ମନପସନ୍ଦ ପୋଷ୍ଟିଂ ପାଇଁ ଲବି ଜୋର୍‌ଦାର

Published By : Prameya | April 25, 2025 10:15 AM

କଟକ,୨୫/୦୪: ଦୀର୍ଘ ଦୁଇ ବର୍ଷ ହେଲା ଘୁଞ୍ଚୁଥିବା ପଦୋନ୍ନତି ଫାଇଲ୍‌ରେ ଶେଷରେ ମୋହର ବାଜିଛି । ୨୦୧୩ରୁ  ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଆସୁଥିବା ୧୩୦ ଜଣ  ଅଧିକାରୀ ଓ ଅନ୍ୟ ବ୍ୟାଚ୍‌ର ୩୮ ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୧୬୮ ଜଣ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏ  ସଂକ୍ରାନ୍ତରେ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ବଦଳି ନେଇ ଖୁବ୍‌ଶୀଘ୍ର ପୁଲିସ ମୁଖ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବ । ଡିଏସ୍‌ପି ପାହ୍ୟା ଓ  ଖାଲି ହେବାକୁ ଥିବା ଇନ୍ସପେକ୍ଟର ପଦବି ପୂରଣ ପାଇଁ ରାଜ୍ୟରେ ଏକ ବଡ଼ ଅଦଳବଦଳ କରାଯିବ । ଦୀର୍ଘ ବର୍ଷ  ଜିଲ୍ଲାସ୍ତରରେ ଏବଂ ପୁଲିସର ବିଭିନ୍ନ ଏଷ୍ଟାବ୍ଲିସ୍‌ମେଣ୍ଟରେ ଗାଦି ମାଡ଼ି ବସିଥିବା ଅଫିସରମାନେ ମଧ୍ୟ ବଦଳିବେ ।  ବଦଳି ଓ ପୋଷ୍ଟିଂ ଲାଗି ପୁଲିସ ମୁଖ୍ୟାଳୟ ପକ୍ଷରୁ କମିଟି  ହିଁ ସ୍ଥିର କରିବ । ଏଥିଲାଗି ଖୁବ୍‌ଶୀଘ୍ର କମିଟି ବୈଠକ ଲାଗି ସଦସ୍ୟମାନଙ୍କୁ ଡକାଯିବ । ତଦନ୍ତରେ ଇନ୍ସପେକ୍ଟର  ଓ ଡିଏସ୍‌ପିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  

ନୂଆ ସରକାର ଗଠନ ପରେ ଇନ୍ସପେକ୍ଟର ଓ ଡିଏସ୍‌ପି  ପାହ୍ୟାରେ ବଡ଼ ଧରଣର ଅଦଳବଦଳ ହୋଇନାହିଁ । ତେଣୁ  ଇନ୍ସପେକ୍ଟର ଓ ଡିଏସ୍‌ପି ପାହ୍ୟାର ଅଧିକାରୀ ମନପସନ୍ଦ ଜାଗାରେ ପୋଷ୍ଟିଂ ପାଇଁ ଜୋର୍‌ଦାର ଲବି ଆରମ୍ଭ କରିଛନ୍ତି । ଏହାବାଦ୍‌ ପୁଲିସ ମୁଖ୍ୟାଳୟରେ ଡିଜିଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇନ୍ସପେକ୍ଟର ଓ ଡିଏସ୍‌ପି ପାହ୍ୟାରେ ଜିଲ୍ଲା ଓ ଗୋଟିଏ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ରୁ ଅନ୍ୟ ଏଷ୍ଟାବ୍ଲିସମେଣ୍ଟକୁ ବଦଳି ପାଇଁ  ୭୦ରୁ ଅଧିକ ଅଧିକାରୀଙ୍କ ଆବେଦନପତ୍ର ଗଦା ହୋଇଛି । ଖାଲି ହେବାକୁ ଥିବା ଇନ୍ସପେକ୍ଟର ପଦବି ଆଗ ପୂରଣ  କରାଯିବ । ଇନ୍ସପେକ୍ଟରଙ୍କ ବଦଳି ଅର୍ଡର ବାହାରିବା ପରେ ଡିଏସ୍‌ପି ପଦବିରେ ଅଦଳବଦଳ କରାଯିବ ।

 ଉଲ୍ଲେଖଯୋଗ୍ୟ,  ୨୦୦୫ ବ୍ୟାଚ୍‌ର ପୁଲିସ ଅଫିସରଙ୍କର ଇନ୍ସପେକ୍ଟର ପାହ୍ୟାକୁ  ୨୦୨୧ରେ ପଦୋନ୍ନତି ଆରମ୍ଭ ହୋଇଥିଲା । ୨୦୨୧ରେ  ପ୍ରଥମେ ଏସ୍‌ସି, ଏସ୍‌ଟି ବର୍ଗରୁ ୨୦ରୁ ଅଧିକ ଇନ୍ସପେକ୍ଟର ପଦୋନ୍ନତି ପାଇଥିବା ବେଳେ ୨୦୨୩ରେ ୮୦ ଜଣ ପଦୋନ୍ନତି  ପାଇଥିଲେ । ଅବଶିଷ୍ଟ ୧୩୦ ଇନ୍ସପେକ୍ଟର ଦୁଇ ବର୍ଷ ହେଲା ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଆସୁଥିଲେ । ଏହାକୁ ନେଇ  ଇନ୍ସପେକ୍ଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଲାଗିରହିଥିଲା । ଶେଷରେ ପଦୋନ୍ନତି ଫାଇଲ୍‌ରେ ମୋହର ବାଜିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.