ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ସଡ଼କ ଦୁର୍ଘଟଣା ଘଟି ୧୭ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୮ଜଣ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ସର୍ବଧିକ ୪ଜଣ, କେରାପୁଟରେ ଜଣେ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଭଉଣୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଓ ବୋ÷ଦ୍ଧ ଜିଲ୍ଲାରେ ଜଣେ ଲେଖାଏଁ, ମୟୂରଭଞ୍ଜ ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନୁଗୁଳ ଜିଲ୍ଲା ଖମାର ଥାନା ନିକଟରେ ଜଣେ ଏବଂ ଠାକୁରଗଡ଼ ଥାନା ଇଲାକାରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିସବୁ ଦୁର୍ଘଟଣା ଯୋଗୁଁ ୩୮ ଜଣ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।
ମାଲକାନଗିରିରୁ ମିଳିଥିବା ଖବର ଅନୁସାରେ ମାଥିଲିଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାଙ୍ଗାମ ରାସ୍ତାର ଶଲପପଦର ବୁଲାଣିରେ ଭ୍ୟାନ୍ ଓଲଟି ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ପାଙ୍ଗାମ ଅଞ୍ଚଳର ରାମ ଖରା, ପାତ୍ରଗୁଡ଼ାର ରାମଚନ୍ଦ୍ର ପୁଟିଆ(୨୮), ଶିରାଗୁଡ଼ାର ଯମୁନା ଗୌଡ଼(୨୫) ଏବଂ ପାତ୍ରଗୁଡ଼ାର ବଲା ପୁଟିଆ(୪୫) । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ମାଥିଲିଠାରେ ଉଜ୍ୱଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥଲା । ଏଥିପାଇଁ ପାଙ୍ଗାମ ଅଞ୍ଚଳର ରାମ ଖରା ଶିରାଗୁଡ଼ା ଓ ପାତ୍ରଗୁଡ଼ା ଗାଁରୁ ୨୦ରୁ ଅଧିକ ଲୋକଙ୍କୁ ଧରି ଏକ ପିକ୍ଅପ୍ ଭ୍ୟାନ୍ରେ ମାଥିଲି ଆସୁଥିଲେ । ବାଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଭ୍ୟାନ୍ଟି ରାସ୍ତାକଡ଼ରେ ଥିବା ଏକ ଖଜୁରୀ ଗଛରେ ପିଟି ହୋଇ ତଳକୁ ଓଲଟି ପଡ଼ିିଥିଲା । କୋରାପୁଟ ନୂଆକଲୋନି ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ କୋଇଡାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଆଜି ୩ ଜଣଙ୍କ ମୃତ୍ୟୁ ଘଟିଛି । ୧୪୩ ନମ୍ବର ଜାତୀୟ ରାଜପଥର ଟିସିଆଇଠାରେ ଟ୍ରେଲର ଧକ୍କାରେ ଦୁଇଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ କୋଇଡ଼ା ସାପ୍ତାହିକ ବଜାର ସମ୍ମୁଖରେ କୋଇଲା ବୋଝେଇ ଟ୍ରକ୍ ବାଇକ୍କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଭଉଣୀ ହେଲେ ଗୁରୁଣ୍ଡିଆ ଥାନା ଜର୍ଡ ସ୍ଥିତ କାଁସିବାହାଲ ଗ୍ରାମର ଦୁଇ ଭଉଣୀ ଅଞ୍ଜେଲା ମିଞ୍ଜ ଓ ମଞ୍ଜୁଳା ମିଞ୍ଜ । ସେହିପରି ଅପରାହ୍ନରେ କୋଇଡା ସାପ୍ତାହିକ ବଜାର ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ଲହୁଣିପଡ଼ା ଥାନା ଅନ୍ତର୍ଗତ ଟେନସା ତନ୍ତରା ଗ୍ରାମର ଯୋଗେନ ମୁଣ୍ଡା (୨୭)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ଜଗନ୍ନାଥ ନାଏକ ଗୁରୁତର ହୋଇଛନ୍ତି ।
ଟିଟିଲାଗଡ଼ରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟବର୍ତ୍ତୀ ଗୋପାଲପୁର-ରାୟପୁର ୫୯ ନଂ ଜାତୀୟ ରାଜପଥ ରିଗଡୁଲ ବୁଲାଣିରେ ଆଜି ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଟିଟିଲାଗଡ଼ ବ୍ଲକ୍ ମହୁଲପଡ଼ା ଗାଁର ରାମ ଭୋଇ (୫୦) । ଆହତଙ୍କ ମଧ୍ୟରୁ ଗୁରୁତର ୭ ଜଣଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ୭ ଜଣ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମନମୁଣ୍ଡାରୁ ଖବର ମିଳିବାହା କରାଇବାକୁ ଯାଇଥିବା ବେଳେ ଟାଟାସୁମୋ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ମାନେଶ୍ୱରର ବଣ୍ଟି ବେହେରା (୨୮) । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପଡିଆବେଡା ଇଲାକାରେ ଆଜି ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଅନ୍ଧାରୀଖମଣ ଗ୍ରାମର ରମେଶ ନାଏକଙ୍କ ପୁଅ ଜିତେନ ନାଏକ(୨୨) । ସେହି ଗ୍ରାମର ଲୋଚନ ନାଏକ ଗୁରୁତର ଅଛନ୍ତି । ଗୋରୁମହିଷାଣୀ ଥାନା ମଢେଇକଚାଠାରୁ ବଡବିଲ ଯାଉଥିବା ଏକ ଯାତ୍ରୀବାହୀ କମାଣ୍ଡର (ଓଆର ୦୫କେ ୪୭୯୬) ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । କୁମ୍ଭାରଡୁବି ଘାଟୀରେ ଘଟିଥିବା ଏହି ଦୁର୍ଘଟଣା କାରଣ ଗାଡ଼ିର ଚାଳକ ଗିଅର ଚେଞ୍ଜ କରିପାରି ନଥିଲେ । ଗାଡ଼ିିଟି ଉଠି ନ ପାରି ପଛକୁ ଗଡ ଼ିଯାଇଥିଲା ଏବଂ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଗାଡ଼ି ତଳେ ବଡବିଲ ଗ୍ରାମର କାନ୍ଦରା ନାଏକଙ୍କ ସ୍ତ୍ରୀ ଦୁଗୁନୀ (୬୧ବର୍ଷ) ଚାପି ହୋଇ ଯାଇଥିଲେ । ଛି- ମାଉସୀ ପୁଅଙ୍କୁ

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...