PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସ୍କୋର୍ପିଓରୁ ଜବତ ହେଲା ୧୮୭ ଗ୍ରାମ ସୁନା ସମେତ ୨କେଜି ୭୦୦ ଗ୍ରାମର ରୂପା ଅଳଙ୍କାର

ମୋହନା ୧୮/୧୧: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ନାକା ପଏଣ୍ଟରେ ପୋଲିସର ତନଖି ବେଳେ ସ୍କୋର୍ପିଓ ଗାଡ଼ିରୁ ଜବତ ହେଲା ୧୮୭ ଗ୍ରାମ ସୁନା , ୨କେଜି ୭୦୦ ଗ୍ରାମର ରୂପା । ଗାଡ଼ି ଡ୍ରାଇଭର ସମେତ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିବାନୀ ଜୁଏଲର୍ସରୁ ସୁନା ଓ ରୂପା ଅଳଙ୍କାର ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା । ଜବତ ହୋଇଥିବା ଅଳଙ୍କାର ମଧ୍ୟରେ ବହୁ ଦାମୀ ଚେନ୍ ,ବ୍ରେସଲେଟ୍ ଏବଂ ଅନ୍ୟ ଗହଣା ରହିଥିବା ବେଳେ ଜିଏସଟି ଫାଙ୍କି ଚୋରାରେ ଚାଲୁଥିଲା ଏହି କାରବାର । ଯାହାକୁ ପୋଲିସ ଜବତ କରିବା ସହ ଏନେଇ ଜିଏସଟି ଅଧିକାରୀଙ୍କୁ ପୋଲିସ ସୂଚନା ଦେଇଛି । ଜିଏସଟି ଫାଇନ ସହ ଟ୍ୟାକ୍ସ ପକାଇବା ପରେ ଛଡ଼ାଯିବ ବୋଲି ମୋହନା ଥାନା ଆଇଆଇସି ସୂଚନା ଦେଇଛନ୍ତି ।