ନୂଆ ସଂସଦ ଭବନ ଉଦ୍ଘାଟନରେ ସାମିଲ ହେବେନି ୧୯ ବିରୋଧି ଦଳ; କେନ୍ଦ୍ରର ବିବୃତ୍ତି ଉପରେ ରାହୁଲଙ୍କ ଜବାବ

Image Courtesy: Social Media
ନୂଆଦିଲ୍ଲୀ,୨୪/୦୫: କଂଗ୍ରେସ ଓ ଟିଏମସି ସମେତ ୧୯ଟି ବିରୋଧି ଦଳ ନୂଆ ସଂସଦ ଭବନ ଉଦ୍ଘାଟନ ସମାରୋହରୁ ନିବୃତ ରହିବା ନେଇ ଘୋଷଣା କରିଛନ୍ତି। ବିରୋଧି ଦଳମାନେ ଅଭିଯୋଗ କରିଛନ୍ତି ଯେ, ଏହି ସରକାରଙ୍କର କାର୍ଯ୍ୟକାଳରେ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ବାହାର କରିଦିଆଯାଇଛି। ଏଥିରୁ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କୁ ଦୂରେଇ ରଖିବା ସିଧାସଳଖ ଭାବରେ ଗଣତନ୍ତ୍ର ପ୍ରତି ଆକ୍ରମଣ ସଦୃଶ ଅଟେ। ତେବେ ବିରୋଧିଙ୍କ ତମାମ ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ ସରକାର କହିଛନ୍ତି ଯେ, ଏନେଇ ବିରୋଧି ଦଳ ମାନେ ପୂଣିଥରେ ବିଚାର କରିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ସରକାର।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ‘ମାମଲାକୁ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ। ଶାହ ପୁଣି କହିଛନ୍ତି,’ଏହା ସହିତ ରାଜନୀତିକୁ ଯୋଡ଼ିବାର ଆବଶ୍ୟକତା ନାହିଁ।’ ନୂଆ ଭାରତକୁ ଯୋଡ଼ିବା ପାଇଁ ପରମ୍ପରାଗତ ଭାବନା ପୂର୍ବରୁ ରହିଆସିଛି। ରାଜନୀତି ଗୋଟିଏ ଜାଗାରେ ଅଛି କିନ୍ତୁ ସମସ୍ତେ ନିଜର ଭାବିବାର କ୍ଷମତା ଅନୁସାରେ ପ୍ରତିକ୍ରିୟା ଦେଉଛନ୍ତି ଏବଂ କାମ କରୁଛନ୍ତି।’
କେନ୍ଦ୍ର ସରକାର କେଉଁ ଯୁକ୍ତି ବାଢ଼ିଛନ୍ତି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୨୮ ତାରିଖରେ ନୂତନ ସଂସଦ ଭବନର ଉଦ୍ଘାଟନ କରିବେ। ବିରୋଧିଙ୍କ ପଦକ୍ଷେପକୁ ଦୂର୍ଭାଗ୍ୟପୂର୍ଣ୍ଣ ବୋଲି ବିବେଚନା କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ବିରୋଧି ସେମାନଙ୍କ ବିଚାରଧାରାରେ ପରିବର୍ତ୍ତନ କରିବା ଆବଶ୍ୟକ। ସେ ପୁଣି କହିଛନ୍ତି ଯେ, ଉଦ୍ଘାଟନୀ ଉତ୍ସବରୁ ନିବୃତ୍ତ ହେବା ଓ ଏହାକୁ ପ୍ରସଙ୍ଗ କରିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏବଂ କାର୍ଯ୍ୟରେ ଯୋଗଦେବାକୁ ମୁଁ ବିରୋଧୀଙ୍କୁ ନିବେଦନ କରୁଛି। ଯୋଶୀ କହିଛନ୍ତି ଯେ, ଲୋକସଭା ଅଧ୍ୟକ୍ଷ, ସଂସଦର ସଂରକ୍ଷକ ଏବଂ ସଂସଦ ଗୃହର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି।
ସଂସଦ ଭବନ ଉଦ୍ଘାଟନକୁ କେଉଁ ଦଳ ଆସିବେ ନାହିଁ?
କଂଗ୍ରେସ, ତୃରମୂଳ କଂଗ୍ରେସ, ଦ୍ରାବିଡ଼ ମୁନ୍ନେତ୍ର କଡଗମ (ଡିଏମକେ), ଜନତା ଦଳ (ୟୁନାଇଟେଡ୍), ଆମ୍ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ନାସନାଲ କନ୍ଫରେନ୍ସ, କେରଳ କଂଗ୍ରେସ, ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, ବିଦୁଥଲାଇ ଚିରୁଥିଗଲ କାଟ୍ଚି (ବିଏସକେ), ମାରୁମଲାର୍ଚି ଦ୍ରାବିଡ ମୁନ୍ନିତ୍ର କଡ଼ଗମ (ଏମ୍ଡିଏମ୍କେ) ଏବଂ ରାଷ୍ଟ୍ରୀୟ ଲୋକଦଳ ମିଳିତ ଭାବରେ ନୂତନ କଂଗ୍ରେସ ଭବନ ଉଦ୍ଘାଟନି ଉତ୍ସବରୁ ନିବୃତ ରହିବେ ବୋଲି ଘୋଷଣା କରିଛନ୍ତି।

କେନ୍ଦ୍ରର ବିବୃତ୍ତି ଉପରେ ରାହୁଲଙ୍କ ଜବାବ:
ସେପଟେ ତମାମ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଛନ୍ତି ଯେ, ସଂସଦର ଉଦଘାଟନରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି ଏବଂ ତାଙ୍କୁ ସମାରୋହରେ ନିମନ୍ତ୍ରଣ ନକରିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଅପମାନ। ରାହୁଲ କହିଛନ୍ତି ଯେ, ସଂସଦ ଅହଙ୍କାରର ଇଟାରେ ନୁହେଁ, ବରଂ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମାଣ ହୁଏ।
राष्ट्रपति से संसद का उद्घाटन न करवाना और न ही उन्हें समारोह में बुलाना – यह देश के सर्वोच्च संवैधानिक पद का अपमान है।
— Rahul Gandhi (@RahulGandhi) May 24, 2023
संसद अहंकार की ईंटों से नहीं, संवैधानिक मूल्यों से बनती है।
ବିପଦରେ ଗଣତନ୍ତ୍ର:
ମିଳିତ ବିବୃତ୍ତିରେ ୧୯ ବିରୋଧୀ ଦଳ କହିଛନ୍ତି ଯେ ନୂତନ ସଂସଦ ଭବନର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଆମର କହିବା ସତ୍ତ୍ୱେ ସରକାର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛନ୍ତି ଏବଂ ଯେଉଁ ନିରଙ୍କୁଶ ଶୈଳୀରେ ନୂତନ ସଂସଦ ଭବନକୁ ନିର୍ମାଣ କରାଯାଇଛି, ଏହାକୁ ଆମର ନାପସନ୍ଦ କରିବା ସତ୍ତ୍ବେ ମଧ୍ୟ ଆମେ ଆମର ମତଭେଦକୁ ଦୂର କରିବା ଏହି ଉତ୍ସବକୁ ଚିହ୍ନିତ କରିବାକୁ ପ୍ରସ୍ତୁତ ଥିଲୁ।
ଏହି ବିରୋଧୀ ଦଳ ମାନେ ତାଙ୍କ ପ୍ରତିକ୍ରିୟାରେ ଅଭିଯୋଗ ଆଣିଛନ୍ତି ଯେ, ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ପୁର୍ଣ୍ଣ ଭାବରେ ପଛରେ ପକାଇ, ନୂତନ ସଂସଦ ଭବନର ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି, କେବଳ ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ନୁହେଁ, ବରଂ ଆମର ଗଣତନ୍ତ୍ର ଉପରେ ସିଧାସଳଖ ପ୍ରହାର ଅଟେ। ତାଙ୍କ କହିବା ଅନୁସାରେ, ଭାରତ ସମ୍ବିଧାନର ଧାରା ୭୯ ରେ କୁହାଯାଇଛି ଯେ ‘ ସଂଘର ସଂସଦ ରାଷ୍ଟ୍ରପତି ଓ ଦୁଇଟି ସଦନକୁ ନେଇ ଗଠିତ ଯେଉଁଥିରେ ରାଜ୍ୟସଭା ଓ ଲୋକସଭା ଦୁଇଟି ରହିଛି।
ସେ କହିଛନ୍ତି, ‘ରାଷ୍ଟ୍ରପତି କେବଳ ରାଷ୍ଟ୍ରମୁଖ୍ୟ ନୁହଁନ୍ତି ବରଂ ସଂସଦର ଅଧିବେଶନ ଡକାଇବା, ଏହାକୁ ଶେଷ କରିବା ଏବଂ ବର୍ଷର ପ୍ରଥମ ଅଧିବେଶନରେ ଉଭୟ ଗୃହର ମିଳିତ ବୈଠକକୁ ମଧ୍ୟ ସମ୍ବୋଧିତ କରିବା ସହିତ ସେ ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟନ୍ତି। ସଂକ୍ଷେପରେ କହିବାକୁ ଗଲେ, ରାଷ୍ଟ୍ରପତିଙ୍କ ବିନା ସଂସଦ କାର୍ଯ୍ୟ କରାଯାଇପାରିବ ନାହିଁ। ତଥାପି, ତାଙ୍କ ବିନା ନୂତନ ସଂସଦ ଗୃହର ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳ ଦାବି କରିଛନ୍ତି ଯେ, ଏହି ‘ଅଶୋଭନୀୟ କାର୍ଯ୍ୟ’ ରାଷ୍ଟ୍ରପତିଙ୍କ ଉଚ୍ଚ ପଦବୀକୁ ଅପମାନିତ କରୁଛି ଏବଂ ସମ୍ବିଧାନର ମୌଳିକ ଭାବନାକୁ ଉଲ୍ଲଂଘନ କରୁଛି।
ଏହି ଖବର ଉପରେ ନଜର ପକାନ୍ତୁ: ଭାରତକୁ ଋଷର ଧମକ: ‘FATFରେ ସହଯୋଗ ନ କଲେ ରଦ୍ଦ କରିବୁ ବ୍ୟବସାୟିକ ଓ ଅସ୍ତ୍ରଶସ୍ତ୍ର ଡିଲ୍’