PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ପ୍ରଥମ ଅନଫିସିଆଲ୍‌ ଟେଷ୍ଟ, ଭାରତ-ଏ ପ୍ରଥମ ଇନିଂସ ୬/୫୪୦

ବାୟନାଦ,୯ା୨(ଏଜେନ୍ସି): ଘରୋଇ ଭାରତ ଏ’ ଓ ଇଂଲଣ୍ଡ ଲାୟନ୍ସ(ଏ’) ମଧ୍ୟରେ ଚାଲିଥିବା ପ୍ରଥମ ଅନଫିସିଆଲ୍‌ ଟେଷ୍ଟରେ ଘରୋଇ ଦଳର ଆଧିପତ୍ୟ ଜାରି ରହିଛି । ଇଂଲଣ୍ଡ ଲାୟନ୍ସର ପ୍ରଥମ ଇନିଂସ ୩୪୦ ରନ୍‌ ଜବାବରେ ଭାରତ ଏ’ ପ୍ରଥମ ଇନିଂସରେ ୬ ୱିକେଟ୍‌ ହରାଇ ୫୪୦ ରନ୍‌ କରି ପାଳି ଘୋଷଣା କରିଛି । ୨୦୦ ରନ୍‌ରେ ପ୍ରଥମ ଇନିଂସ ପଛଆ ରହିଥିବା ଇଂଲଣ୍ଡ ଲାୟନ୍ସ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିବସରେ ୨୦ ରନ୍‌ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଦୁଇ ଓପନର ମାକ୍ସ ହୋଲ୍ଡେନ ଓ ବେନ ଡକେଟ୍‌ ୯ ରନ୍‌ ଲେଖାଏଁ କରି ଅପରାଜିତ ରହିଛନ୍ତି ।
ତୃତୀୟ ଦିବସରେ ଘରୋଇ ଦଳ ଅସମାପ୍ତ ପ୍ରଥମ ଇନିଂସ ୧/୨୧୯ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରଜିତ ଥିବା ରାହୁଲ ଓ ପଞ୍ଚଲ ଦଳୀୟ ସ୍କୋରରେ ମାତ୍ର ୩ ରନ୍‌ ଯୋଗ କରିବା ପରେ ଦ୍ୱିତୀୟ ୱିକେଟ୍‌ର ପତନ ଘଟିଥିଲା । ୨୬୨ରେ ଘରୋଇ ଦଳ ୪ଟି ୱିକେଟ୍‌ ହରାଇଥିଲା । ବ୍ୟକ୍ତିଗତ ୮୯ରନ୍‌ କରି ରାହୁଲ ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ ଅଙ୍କିତ ବାଉନେ ଖାତା ଖୋଲି ପାରି ନଥିବାବେଳେ ରିକି ଭୁଇ ୧୬ ରନ କରି ପାଭିଲିୟନ ଫେରିଥିଲେ । ୱିକେଟ୍‌ କିପର କେ ଏସ ଭାରତ କ୍ରିଜ୍‌କୁ ଓହ୍ଲାଇବା ପରେ ସ୍ଥିତି ସୁଧୁରିଥିଲା । ଉଭୟ ପଞ୍ଚଲ ଓ ଭାରତ ଦୃଢ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ପଞ୍ଚମ ୱିକେଟ୍‌ରେ ଉଭୟ ୩୯୬ ରନ୍‌ ଯୋଗ କରିଥିଲେ । ପଞ୍ଚଲ ଦ୍ୱିଶତକ ଓ ଭାରତ ଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୪୫୮ ବେଳେ ପଞ୍ଚଲ ବ୍ୟକ୍ତିଗତ ୨୦୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଭାରତ ୧୪୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଘରୋଇ ଦଳ ୬/୫୪୦ରେ ପାଳି ଘୋଷଣା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଜଲାଜ ସାକ୍‌ସେନା ୨୮ ଓ ସର୍ଦୁଲ ଠାକୁର ୧୨ ରନ୍‌ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ଲାୟନ୍ସ ପକ୍ଷରୁ ଜ୍ୟାକ୍‌ ଚାପେଲ ୩ଟି ଓ ଡ୍ୟାନି ବ୍ରିଗ୍ସ ୨ଟି ୱିକେଟ୍‌ ନେଇଥିଲେ ।

ସମ୍ବନ୍ଧିତ ଖବର