ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସେୟାର ମାର୍କେଟରେ ପୁଞ୍ଜିନିବେଶ ଆଳରେ ଠକେଇ, ୨ ଗିରଫ

Published By : Suraj Kumar | May 8, 2025 8:23 PM

ଭୁବନେଶ୍ବର,୮।୫  : ସେୟାର ମାର୍କେଟରେ ପୁଞ୍ଜିନିବେଶ ଆଳରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଭିନ୍ନ ଭିନ୍ନ ୨ ଟି ମାମଲାରେ କ୍ରାଇମବ୍ରାଞ୍ଚ ଏହି ୨ ଜଣଙ୍କୁ ଗିରଫ କରିଛି। 

କଟକ ଜିଲ୍ଲା  ପୁରୀଘାଟ ଥାନା ଅଞ୍ଚଳରେ ରହୁଥିବା  ୫୦ ବର୍ଷୀୟ  ଜଣେ ବ୍ୟକ୍ତି ସେୟାର ବଜାରରେ ଟଙ୍କା ନିବେଶ କରି ଠକାମିର ଶିକାର ହୋଇଥିଲେ। ଏ ନେଇ ସେ  ୨୦୨୩ ମସିହା ଅକ୍ଟୋବର ୦୪  ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡିଥିଲେ । ଏହାସହ ନକଲି ଆପ୍ ମାଧ୍ଯମରେ ସେୟାର ବଜାରରେ ଟଙ୍କା ନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ପ୍ରାରମ୍ଭରେ ସାଇବର ଅପରାଧୀମାନେ ତାଙ୍କୁ କିଛିକିଛି ଲାଭ ଟଙ୍କା ଫେରସ୍ତ କରୁଥିଲେ। ଫଳରେ ସେ   ବିଶ୍ୱାସ କରି ଅନେକ ଟଙ୍କା ନିବେଶ କରିଥିଲେ। ପରବର୍ତ୍ତୀ ସମୟରେ  ଆଇପିଓ ମାଧ୍ୟମରେ ତାଙ୍କୁ  ନକଲି ଋଣ ଅଫର ଦେଇ ଦେଢ଼ କୋଟି ଟଙ୍କା ଫେରସ୍ତ କରିବାକୁ ଅପରାଧୀ ମାନେ  ଚାପ ପକାଇଥିଲେ। ପରବର୍ତ୍ତୀ ସମୟରେ ସାଇବର ଅପରାଧୀ ମାନେ ତାଙ୍କଠାରୁ ୨.୩୬ କୋଟି ଟଙ୍କା ଠକି ନେଇଥିଲେ। ଏ ସଂକ୍ରାନ୍ତରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି କୋଲକାତାର ନିଖିଲ ଜୟସ୍ୱାଲଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ହାଇଦ୍ରାବାଦରୁ ମହମ୍ମଦ ଜାକିଙ୍କୁ  ଗିରଫ କରାଯାଇଥିଲା। 

ଅଭିଯୁକ୍ତ ନିଖିଲ ଅଭିଯୋଗକାରୀଙ୍କ ଠାରୁ ୧.୪୧ କୋଟି ଟଙ୍କା ଠକି ନେଇଥିଲା। ତଦନ୍ତ ଟିମ୍ ତାଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟ୍ ର ସ୍କ୍ରିନ ସଟ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛନ୍ତି। ଅନେକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି। ଅନ୍ୟ ସହଯୋଗୀ ଓ ଟଙ୍କାର କାରବାର  ଉପରେ ପୋଲିସ ତଦନ୍ତ କରୁଛି। 

ସେହିପରି ଅନ୍ୟ ଏକ ମାମଲାରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ  ତାପସ ହଲଦାର (୨୮)ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି । ଏହି ମାମଲାରେ ଅଭିଯୁକ୍ତ ଜଣକ  ମୋଟ ୬.୦୪ କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି।

ପୁଞ୍ଜିନିବେଶ, ସେୟାର ବଜାର ଏବଂ ଆଇପିଓ ମାଧ୍ୟମରେ ଅଧିକ ଟଙ୍କା ରୋଜଗାର କରିବାର ବଶବର୍ତ୍ତୀ ହୋଇ ଭୁବନେଶ୍ୱରର ରହୁଥିବା ଜଣେ ଡାକ୍ତର ଏହି ଠକାମିର ଶିକାର ହୋଇଥିଲେ। ପ୍ରଥମେ ସାଇବର ଅପରାଧୀମାନେ ପୁଞ୍ଜି ନିବେଶ କରିବା ନାମରେ ସାଢେ ତିନି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟ।ୟରେ  ୬.୦୪.୫୩.୦୦୦/- ଟଙ୍କା ଠକି ନେଇଥିଲେ। ପରବର୍ତ୍ତୀ ସମୟରେ ଜମା କରିଥିବା ଟଙ୍କା ଉଠାଇବାକୁ ଚେଷ୍ଟା କରି ଡାକ୍ତର ଜଣକ ବିଫଳ ହେବାରୁ ଠକାମିର ଶିକାର ହେବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀ ଡାକ୍ତର ୮ଟି ଭିନ୍ନଭିନ୍ନ  ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୬.୦୪.୫୩.୦୦୦/- ଟଙ୍କା ପଠାଇଥିଲେ। ଏହାପରେ ସାଇବର ଅପରାଧୀମାନେ  ସେହି ଟଙ୍କାକୁ ୨୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରବର୍ତ୍ତୀ ସମୟରେ ଚେକ୍ ଓ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଇ ନେଇଥିଲେ ।

ପୁର୍ବରୁ ଏହି ମାମଲାରେ ପୋଲିସ ଦାର୍ଜିଲିଂର ଅଶୋକ ନନ୍ଦ ଓ ଜୟରାଣୀ ବସକକୁ ଗିରଫ କରିଥିଲା। ତଦନ୍ତ ଟିମ୍ ତାଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟ୍ ର ସ୍କ୍ରିନ ସଟ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି। ଅନେକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି। ଅନ୍ୟ ସହଯୋଗୀ ଓ ଟଙ୍କାର କାରବାର  ଉପରେ ପୋଲିସ ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.