PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ଚିଠି: ୨ ଜଣ ଗିରଫ, ୩ ଏବେ ବି ଫେରାର୍

ଭୋପାଳ ୧୯/ ୧୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ବୋମା ମାଡ ଧମକ ଦେଇଥିବା ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଉଛି । ଆସନ୍ତା ନଭେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଖଲସା ଷ୍ଟାଡିୟମରେ ରାତ୍ରୀ ରହଣି ବେଳେ ହିଁ ବୋମା ମାଡ କରାଯିବା ନେଇ ଚିଠି ମାଧ୍ୟମରେ ଧମକ ଦେଇଥିଲେ ଅଭିଯୁକ୍ତ । ତେବେ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ଏମ୍‌ପି ପୋଲିସ ।

ଘଟଣାକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଶନିବାର କହିଛନ୍ତି ଯେ, ‘ବୋମା ମାଡ ଧମକ ଦେଇଥିବା ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ସନ୍ଦିଗ୍ଧମାନେ ହରିୟାଣାରେ ଲାଚିଥିବା ଖବର ମିଳିଛି । ସେମାନଙ୍କୁ ଗିର କରିବାକୁ ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ହରିୟାଣା ଗସ୍ତ କରିଛି’।

ସୂଚନାଯୋଗ୍ୟ, କଂଗ୍ରେସ ଜାରି ରଖିଥିବା ଭାରତ ଯୋଡୋ ଯାତ୍ରାର ଟିମ୍‌ ମଧ୍ୟପ୍ରଦେଶର ଖଲସାରେ ରାତ୍ରି ରହଣି ସମୟରେ ବୋମା ମାଡ କରାଯିବା ନେଇ ଚିଠି ମାଧ୍ୟମରେ ଧମକ ଦିଆଯାଇଥିଲା । ଏପରିକି ରାହୁଲ ଗାନ୍ଧି ଏବଂ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥଙ୍କୁ ମଧ୍ୟ ହତ୍ୟା କରାଯିବାକୁ ଧମକ ଦିଆଯାଇଥିଲା । ପୋଲିସ ଏଭଳି ଧମକପୂର୍ଣ୍ଣ ଚିଠି ପାଇବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ‘କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ଭାବେ ମଧ୍ୟପ୍ରଦେଶ ସରକାରଙ୍କ ଦାୟିତ୍ବ । ତାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ’। ତେବେ ଧମକ ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର ଅଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି ।

ସମ୍ବନ୍ଧିତ ଖବର