ରାଇଗଡ: ମହାରାଷ୍ଟ୍ରର ରାଇଗଡ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳରେ ପୋଲିସ ଏକ ସନ୍ଦିଗ୍ଧ ବୋଟ ଠାବ କରିଛି। ଖବର ମୁତାବକ, ଦୁଇଜଣ ସୁରକ୍ଷାକର୍ମୀ ତଟବର୍ତ୍ତୀ ଅଞ୍ଚଳରେ ଗସ୍ତ କରୁଥିବା ସମୟରେ ରେବଡାନ୍ଦ ତଟ ନିକଟସ୍ଥ କୋର୍ଲାଇ ଅଞ୍ଛଳରେ ଏକ ସନ୍ଧିଗ୍ଧ ବୋଟ ଭାସିବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ବୋଟ୍ ତଟ ନିକଟରୁ ଦୁଇ ନଟିକାଲ ମାଇଲରେ ଭାସି ବୁଲୁଥିବାରୁ ଅଧିକାରି ମାନଙ୍କୁ ସନ୍ଦେହ ହୋଇଥିଲା।
ସଠିକ ଭାବେ ନିରିକ୍ଷଣ କରିବା ପରେ ଏଥିରେ ପାକିସ୍ତାନି ପତାକା ଚିହ୍ନ ମିଳିବା ସହ କେତେକ ଲୋକ ସମୁଦ୍ର ମଧ୍ୟକୁ ଡେଇଁ ପଡିବା ଦେଖିବାକୁ ମିଳିଥିଲା। ଏହାପରେ ଜାହାଜଟି ଧିରେଧିରେ ସମୂଦ୍ର କୂଳ ଆଡକୁ ଭାସି ଆସିଥିଲା। ଏହି ଖବର ସ୍ଥାନିୟ ପୁଲିସକୁ ମିଳିବା ପରେ ଘଟଣାସ୍ଥଳରେ ରାଇଗଡ ପୋଲିସ, ବମ ନିଷ୍କ୍ରିୟକାରୀ ଦଳ, କ୍ୱିକ ରେସପନ୍ସ ଟିମ(କ୍ୱୁଆରଟି), ନେଭି ଓ ତଟରକ୍ଷୀ ବାହିନି ଘଟଣାସ୍ଥଳରେ ପହଞ୍ଚିଛି।
ଉକ୍ତ ସନ୍ଧିଗ୍ଧ ବୋଟରୁ ବାରମ୍ୱାର ଏକ ରେଡ ଲାଇଟ ଜଳୁଥିବାରୁ ସମସ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ରାତିରେ ଏକ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା। ଏହାସହ ଡ୍ରୋନ ସହାୟତାରେ ମଧ୍ୟ ବୋଟର ଯାଞ୍ଚ କରାଯାଇଥିଲା। ତେବେ ଅତ୍ୟଧିକ ବୃଷ୍ଚିପାତ କାରଣରୁ ଉକ୍ତ ବୋଟ ନିକଟରେ ପହଞ୍ଚିବା ସମ୍ଭବପର ହୋଇପାରି ନଥିଲା। ତେବେ ତଟରକ୍ଷୀ ବାହିନି ଏକ ସ୍ପିଡ ବୋଟ ଯୋଗେ ବୋଟ ନିକଟକୁ ଯିବାକୁ ଚେଷ୍ଟା କରିଥିଲା। ହେଲେ ଖରାପ ପାଗ ଓ ଉଚ୍ଚ ଜୁଆର ଯୋଗୁଁ ଏହା ସ୍ପଡବୋଟ ଆଗକୁ ବଢିପାରି ନଥିଲା।
ତେବେ ପାଗ ସୁଧୁରିଲେ ଉକ୍ତ ସନ୍ଦିଗ୍ଧ ବୋଟ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ଅଧୀକାରିମାନେ ସୂଚନା ପ୍ରକାଶ କରିଛନ୍ତି। ହେଲେ ବିପଦ ଥିବାରୁ ସ୍ଥାନୀୟ ପୋଲସ ପକ୍ଷରୁ ମହାରାଷ୍ଟ୍ରରେ ହାଇଆଲର୍ଟ ଜାରି କରାଯିବା ସହ ସମସ୍ତ ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।