PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣା: ଆଉ ୨ ଗିରଫ, ଗତକାଲି ୫ ଗିରଫ ହୋଇଥିଲେ

ନୂଆପଡା ୨୪/୨: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଗିରଫ । କେରାପଦର ହାଇସ୍କୁଲ୍ ଶିକ୍ଷକ ସର୍ବଜ୍ଞ ସୁପକାର ଓ ତାଙ୍କ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କୁ ଗିରଫ କରିଛି ପୋଲିସ । କରଙ୍ଗାମାଲ୍ ହାଇସ୍କୁଲରୁ ଉଭୟ ପ୍ରଶ୍ନପତ୍ର ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । କହିରଖୁଛୁ ଗତକାଲି ୫ଜଣ ଗିରଫ ହୋଇଥିଲେ । ସେମାନେ ହେଲେ ନୂଆପଡା ନୋଡାଲ ହାଇସ୍କୁଲ କରଙ୍ଗାମାଲର ସୁପରିଟେଣ୍ଡେଣ୍ଟ ପ୍ରସନ୍ନ କୁମାର ପତି, ୨ ଇଭିଜିଲେଟର ମୁକୁନ୍ଦ ଶବର ଓ ବିଘ୍ନରାଜ ସୁପକାର, ଗୋପିନାଥ ହାଇସ୍କୁଲ ଲିଟିସର୍ଗିର ସୁପରିଟେଣ୍ଡଣ୍ଟ ଶୁଶିଲ କୁମାର ଯୋଶି ଓ ଇନ୍ ଭିଜିଲେଟର ଅର୍ଜୁନ ଜୟ ପଣ୍ଡା । ନୂଆପଡ଼ା ଡିଇଓ ବୋଡ଼େନ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଆଜି ଏହି ଗିରଫ ପରେ ସମୁଦାୟ ଗିରଫଙ୍କ ସଂଖ୍ଯା ୭କୁ ବୃଦ୍ଧି ହୋଇଛି ।