ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ସମ୍ବର ମାଂସ ଜବତ, ୨ ଗିରଫ

Published By : Prameya | May 6, 2025 10:36 PM

ରାଇକିଆ,୬/୫ : ରାଇକିଆ ବ୍ଲକ କରଡ଼ା ରେଞ୍ଜର ପାତ୍ରପୁର ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମ୍ବର ଶୀକାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ  ଅଭିଯୁକ୍ତମାନେ ହେଲେ ପାତ୍ରପୁର ଗ୍ରାମର କାଳୁ ମଲ୍ଲିକ ଏବଂ ଦାରିଙ୍ଗିବାଡି ଥାନା କୁମ୍ଭାରବାଡି ଗ୍ରାମର ଏସିଆନ ପ୍ରଧାନ । 

 ସୋମବାର ରାତିରେ ସେମାନେ ସମ୍ବର ଶୀକାର କରିଥିବା ନେଇ କୌଣସି ସୂତ୍ରରୁ ଖବରପାଇ ରେଞ୍ଜର ସବନମ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଅଜିତ ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଅକ୍ଷୟ ମଲ୍ଲିକ, ବିକାଶ ମଲ୍ଲିକ, ସ୍ବାଗତିକା ଗୌଡ, ରବି ଶଙ୍କର ଦିଗାଲ ପ୍ରମୂଖ   ଚଢାଉ କରିଥିଲେ। ଘଟଣା ସ୍ଥଳରୁ ୫ କେଜି ସମ୍ବର ମାଂସ ଚମଡା ଜବତ କରିବା ସହ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.