ନୂଆଦିଲ୍ଲୀ : ସୁରଜକୁଣ୍ଡ ମେଳାରେ ହୋଇଥିବା ଝୁଲା ଦୁର୍ଘଟଣା ମାମଲାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାର ଯାଞ୍ଚ ପାଇଁ ପୁଲିସ ଏସ୍ଆଇଟି ଗଠନ କରିଛି। ଥାନା ସୁରଜକୁଣ୍ଡରେ ହିମାଚଳ ଫନ୍ କେୟାର କମ୍ପାନୀର ପ୍ରୋପାଇଟର ମହମ୍ମଦ ଶାକିରଙ୍କ ବିରୁଦ୍ଧରେ ହତ୍ୟାର ଧାରା ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି। ପୁଲିସ ମୁଖପାତ୍ରଙ୍କ ମୁତାବିକ , ୭ ଫେବ୍ରୁଆରୀରେ ଏକ ଦୁର୍ଭଗ୍ୟଜନକ ଘଟଣା ସୁରଜକୁଣ୍ଡ ମେଳା ପରିସରରେ ଘଟି ଥିଲା, ଯେଉଁଥିରେ ଏକ ଝୁଲା ଭାଙ୍ଗି ଯାଇଥିଲା। ଘଟଣାକ୍ରମରେ ଆହତଙ୍କୁ ରକ୍ଷା କରିବା ପାଇଁ ହରିଆଣା ପୁଲିସ ଇନ୍ସପେକ୍ଟର ଜଗଦୀଶ ପ୍ରସାଦ ସହିଦ ହୋଇ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : କର୍ଣ୍ଣାଟକର ବିଜୟପୁରାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ଗୁରୁତର

ପୁଲିସ ପ୍ରବକ୍ତାଙ୍କ ଅନୁସାରେ , ମାମଲାର ଗମ୍ଭୀରତାକୁ ନଜରରେ ରଖି ପୁଲିସ କମିଶନର ସତେନ୍ଦ୍ର କୁମାର ଗୁପ୍ତା ଅଭିଯୋଗର ଅନୁସନ୍ଧାନ ପାଇଁ ପୁଲିସ କମିଶନର ଅପରାଧର ପର୍ଯ୍ୟବେକ୍ଷଣରେ ସହାୟକ ପୁଲିସ କମିଶନର ଅପରାଧ-୨ , ପ୍ରଭାରୀ କ୍ରାଇମ୍ ବ୍ରାଞ୍ଚ ଏନଆଇଟି ଓ ସବ୍ ଇନ୍ସପେକ୍ଟର ସଞ୍ଜୟ ଥାନା ସୁରଜକୁଣ୍ଡର ଏକ ବିଶେଷ ଅନୁସନ୍ଧାନ ଟିମ୍ ଗଠନ କରିଛନ୍ତି , ଟିମ୍ ଦ୍ୱାରା ବୈଜ୍ଞାନିକ ଦିଗର ଆଧାରରେ ମାମଲାର ଅନୁସନ୍ଧାନ କରାଯାଇଛି।

ସେ କହିଛନ୍ତି ଯେ, ଟିମ୍ କାର୍ଯ୍ୟାନୁଷ୍ଠାନ କରି ମେଳା ପରିସରରେ ଝୁଲା ଲଗେଇ ଥିବା କମ୍ପାନୀ ହିମାଚଳ କେୟାର ଫନ୍ କେୟାରର ପ୍ରୋପାଇଟର, ମହମ୍ମଦ ଶାକିର ବାସି ଓ ଅନ୍ୟ ଜଣେ ଅଭିଯୁକ୍ତ ନିତେଶଙ୍କୁ ଗିରଫ କରିଛି। ମହମ୍ମଦ ଶାକିର ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଟୋକା ନଙ୍ଗଳା ଗାଁର ନିବାସୀ। ନିତେଶ ଉତ୍ତର ପ୍ରଦେଶର ମିରଟର ଧର୍ମପୁର ସଦରର ନିବାସୀ। ଅନ୍ୟ ମାନଙ୍କର ସଂପୃକ୍ତି ବିଷୟରେ ଯାଞ୍ଚ କରାଯାଉଛି।

ଦୁଇ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପରେ ପୁଲିସ ମହାନିର୍ଦ୍ଦେଶକ ଅଜୟ ସିଙ୍ଘଲ ଓ ପୁଲିସ କମିଶନର ସତେନ୍ଦ୍ର କୁମାର ଗୁପ୍ତା ସହିଦ ଇନ୍ପପେକ୍ଟର ଜଗଦୀଶ ପ୍ରସାଦଙ୍କ ପରିବାର ଲୋକଙ୍କୁ ସିଭିଲ ହସ୍ପିଟାଲ ଫରିଦାବାଦରେ ସାକ୍ଷାତ୍ କରି ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଇନ୍ସପେକ୍ଚର ଜଗଦୀଶ ପ୍ରସାଦ ଘଟଣାକ୍ରମରେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ସମୟରେ ନିଜ ପ୍ରାଣବଳି ଦେଇଥିଲେ। ଏହାକୁ ନେଇ ଆମେ ବହୁତ ଦୁଃଖିତ ଓ ଇନ୍ସପେକ୍ଟର ଜଗଦୀଶ ପ୍ରସାଦଙ୍କ ଉପରେ ଗର୍ବ ଅନୁଭବ କରୁଛୁ। ପୁଲିସ ବିଭାଗ ଏହି ଘଟଣାକ୍ରମ ଉପରେ ସମ୍ୱେଦାନା ବ୍ୟକ୍ତ କରୁଛି। ଆମେ ସହିଦ ଜଗଦୀଶ ପ୍ରସାଦଙ୍କ ପରିବାର ପାଇଁ ଯଥାସମ୍ଭବ ଆର୍ଥିକ ସହାୟତା ଯୋଗାଇ ଦେବୁ। ପୁଲିସ ବିଭାଗର ଅନୁକମ୍ପା ଯୋଜନା ଅନ୍ତର୍ଗତ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ଚାକିରି ଦିଆଯିବ।