କଟକ/ଭୁବନେଶ୍ୱର,୨୪ା୧: ଆଇଟିସି ୱେଲ୍କମ୍ରେ ଆୟୋଜିତ ଟାଇମ୍ସ ହେଲ୍ଥ ଆଇକନ୍-୨୦୨୩ର ଏକ କାର୍ଯ୍ୟକ୍ରମରେ ଶାନ୍ତି ମେମୋରିଆଲ ହସ୍ପିଟାଲକୁ ଦୁଇଟି ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ସମ୍ମାନ ହସ୍ପିଟାଲର ମୁଖ୍ୟ ସର୍ଜନ୍ ଓ ସିଏମ୍ଡି ଡଃ ଶ୍ରୀଜୟ ପଟ୍ଟନାୟକଙ୍କୁ ବୈଷୟିକ ଉଦ୍ଭାବନ କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଡଃ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ରାଜ୍ୟରେ ବାରିଆଟ୍ରିକ୍ ସର୍ଜରୀ କ୍ଷେତ୍ରରେ ଏହି ଡାକ୍ତରଖାନା ପ୍ରଥମ ରହିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଡଃ ଶ୍ରୀଜୟ ପଟ୍ଟନାୟକ ଓ ଡଃ ରେଖା ଦାସ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...