ଭୁବନେଶ୍ୱର, ୧୮।୫: ଯୁକ୍ତ ୨ ପରୀକ୍ଷା ଫଳକୁ ନେଇ ୨୦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ମେ ୨୦ ତାରିଖରେ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏକାସଙ୍ଗେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ କଳା (Arts), ବିଜ୍ଞାନ (Science), ବାଣିଜ୍ୟ (Commerce) ଏବଂ ଧନ୍ଦାମୂଳକ (Vocational) ପାଠ୍ୟକ୍ରମର ରେଜଲ୍ଟ ଘୋଷଣା କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ବିଗତ ବର୍ଷଗୁଡ଼ିକରେ ସାଧାରଣତଃ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରଥମେ ଏବଂ ପରେ କଳା ବିଭାଗର ରେଜଲ୍ଟ ପ୍ରକାଶ ପାଉଥିଲା । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ପରବର୍ତ୍ତୀ ନାମଲେଖା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦ ତାରିଖରେ ସମସ୍ତ ଚାରୋଟିଯାକ ଷ୍ଟ୍ରିମର ପରୀକ୍ଷା ଫଳ ଏକ ସମୟରେ ଉପଲବ୍ଧ ହେବ ।
ଚଳିତ ବର୍ଷ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଶେଷ ହେବା ଦିନଠାରୁ ହିଁ ସମସ୍ତ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ରେଜଲ୍ଟକୁ ଚାତକ ଭଳି ଅପେକ୍ଷା କରି ରହିଥିଲେ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ସେମାନଙ୍କର ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।
କେମିତି ଓ କେଉଁଠି ଦେଖିବେ ରେଜଲ୍ଟ ?
ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ରେଜଲ୍ଟ ଚେକ୍ କରିପାରିବେ । orissaresults.nic.in, chseodisha.nic.in, ଏହାଛଡ଼ା ସଂଶ୍ଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସାମସ୍ (SAMS) କଲେଜ ଲଗଇନ୍ ଜରିଆରେ ପରୀକ୍ଷା ଫଳ ଉପଲବ୍ଧ କରାଇ ଦିଆଯିବ । ସେହିପରି ଛାତ୍ରଛାତ୍ରୀମାନେ ନିଜର ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କସିଟ୍ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଫଳ ପ୍ରକାଶନକୁ ନେଇ CHSE କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ଅପଡେଟ୍ ପାଇଁ ଆମ ପେଜ୍ ସହ ଯୋଡ଼ି ହୋଇ ରୁହନ୍ତୁ ।
ଆହୁରି ପଢ଼ନ୍ତୁ... Police Raid Kendujhar :ବାଲି ମାଫିଆଙ୍କ ସାମ୍ରାଜ୍ୟ ଉପରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ନଗଦ ସହ ୩୦ରୁ ଅଧିକ ଗାଡ଼ି ଜବତ