ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସାମାନ୍ୟ କଥାକୁ ନେଇ ବଡ ଭାଇକୁ ଗୁଳିମାଡ଼ କଲା ସାନ ଭାଇ : ୨ ଗିରଫ

Published By : Suraj Kumar | October 13, 2024 6:00 PM

ଟାଙ୍ଗୀ,୧୩।୧୦ :   ସାମାନ୍ୟ କଥାକୁ ନେଇ ବଡ ଭାଇ ଉପରକୁ ଗୁଳିମାଡ଼ କଲା ସାନ ଭାଇ। ତେବେ ଲକ୍ଷ୍ୟ ଭଷ୍ଟ୍ର ହେବାରୁ ଅଳ୍ପ‌କେ ବଡ ଭାଇ ବର୍ତ୍ତିଯାଇଛନ୍ତି। ତେବେ ଗୁଳିଟି କାନ୍ଥରେ ବାଜି ଏକ ଶିଶୁ ଦେହରେ ବାଜିବାରୁ ସେ ସାମନ୍ୟ ଆହତ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗାଁରେ ଯାଜାବର ଭାବେ ରହୁଥିବା ଏକ ପରିବାର ମଧ୍ୟରେ ଏହି ଘଟଣା ଘଟିଛି।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗାଁରେ କିଛି ଯାଜାବର ରୁହନ୍ତି । ସେମାନଙ୍କ ମଧ୍ୟରୁ ରବି ନାୟକ ( ୧୮  ) ଓ ଶିବ ନାୟକ ( ୨୦ )  ଦୁହେଁ ହେଉଛନ୍ତି ରକ୍ତର ଭାଇ-ଭାଇ । ସାମାନ୍ୟ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ବାସ୍ ଏତିକିରେ ଉଠିଲା ବନ୍ଧୁକ , ଆଉ ରବି ନାୟକ ସିଧା ଟାର୍ଗେଟ କରି ତା'ର ବଡ଼ଭାଇ ଶିବ ନାୟକଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ଅଳ୍ପକେ ଶିବ ନାୟକ ବର୍ତ୍ତି ଯାଇଥିଲା।  ଗୁଳିଟି କାନ୍ଥରେ ବାଜି ଛିଟିକି ପଡିଥିଲା। ସେହି କାନ୍ଥ ନିକଟରେ ଥିବା ଗୋଟିଏ ଛୋଟ ପିଲା ଦେହରେ ଗୁଳିଟି  ବାଜିଲା ସତ ।  ମାତ୍ର ସେଭଳି କିଛି ବଡ଼ ଅଘଟଣ ଘଟିନାହିଁ । ଛୋଟ ପିଲାଟି ସାମାନ୍ୟ ଆହତ ହୋଇଛନ୍ତି ଏବଂ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାର ପୋଲିସ ସୂଚନା ଦେଇଛନ୍ତି । ଘଟଣା ପ୍ରଘଟ ପରେ ଟାଙ୍ଗୀ ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରିଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.