PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଜଟଣୀ ଫ୍ଲାଏଓଭର ନିର୍ମାଣରେ ବାଧକ ସାଜିଥିଲା ଦୁଇଟି ଘର: ବୁଲିଲା ବୁଲଡୋଜର୍‌, ମାଟିରେ ମିଶିଲା କୋଠା

ଜଟଣୀ,୨୪/୦୩: ଜଟଣୀ ଫ୍ଲାଏଓଭର ନିର୍ମାଣରେ ବାଧକ ସାଜିଥିବା ସ୍ଥାନୀୟ ବଡ଼ବଜାର ଅଞ୍ଚଳର କେତେକ ଘର ମଧ୍ୟରୁ ଦୁଇଟିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ପୂର୍ବରୁ ୩ଟି ମାର୍କେଟ୍‌ର ୨୦୦ରୁ ଅଧିକ ଦୋକାନକୁ ଭଙ୍ଗା ଯାଇଥିଲା ।

ବଡ଼ବଜାର ଅଞ୍ଚଳରେ ଥିବା ୨୨ଟି ସ୍ଥିତିବାନ୍‌ ଘର ବ୍ରିଜ ନିର୍ମାଣରେ ଅନ୍ୟତମ ବାଧକ ସାଜିଥିଲା । ଜମି ଅଧିଗ୍ରହଣ ନିୟମରେ କ୍ଷତିପୂରଣ ପ୍ରଦାନକୁ ନେଇ ଘରମାଲିକ ଓ ପ୍ରଶାସନ ପକ୍ଷରୁ ବହୁବାର ଆଲୋଚନା ହୋଇଥିଲା । ଅଧିକାଂଶ ଘର ମାଲିକ କ୍ଷତିପୂରଣ ନେଇ ସେମାନଙ୍କ ଘର ଖାଲି କରିଦେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୨ ଜଣ ଅସନ୍ତୋଷ ପ୍ରକାଶ କରି ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ବ୍ରିଜ୍‌ କାର୍ଯ୍ୟ ବିଳମ୍ବ ଯୋଗୁଁ ଜନସାଧାରଣ ହଇରାଣ ହେଉଥିବା ଦର୍ଶାଇ ରହିତାଦେଶ ଉଠାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର କଳିଙ୍ଗ ସାହୁ ଓ ଲୁସେନ୍‌ ରାୟ ରିଟ୍‌ ପିଟିସନ୍‌ ମାଧ୍ୟମରେ ନିବେଦନ କରିଥିଲେ । ଯାହାଦ୍ୱାରା ଦୁଇମାସ ପୂର୍ବେ ଜାରି ହୋଇଥିବା ରହିତାଦେଶକୁ କୋର୍ଟ ଉଠାଇ ଦେଇଥିଲେ । ହେଲେ ସମ୍ପୃକ୍ତ ବ୍ୟକ୍ତିମାନେ ଘର ଖାଲି କରିନଥିଲେ ।

ତହସିଲଦାର, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ପୁଲିସ ଉପସ୍ଥିତିରେ ଦୁଇଟି ଘରକୁ ଗୁରୁବାର ଭଙ୍ଗା ଯାଇଥିଲା । ଏହି ସମୟରେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାଙ୍କ ସମର୍ଥକମାନେ ଥିଲେ । ଉଚ୍ଛେଦ ବେଳେ ଜଣେ ଘର ମାଲିକ ବିରୋଧ କରିବାରୁ ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ ତାଙ୍କ ସମର୍ଥକମାନେ ବୁଝାସୁଝା କରିଥିଲେ । ଏହି ଅଞ୍ଚଳରେ ଆହୁରି ଦୁଇଟି ଘର ରହିଛି । ଯାହା ପରବର୍ତ୍ତୀ ସମୟରେ ଭଙ୍ଗାଯିବ ବୋଲି ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି ।