ଚେନ୍ନାଇ,୨୧/୦୫; କ୍ୟାବିନେଟକୁ ଫେରିଲା କଂଗ୍ରେସ । ତାମିଲନାଡୁ କ୍ୟାବିନେଟକୁ କମବ୍ୟାକ୍ କରିଛି କଂଗ୍ରେସ । ଦକ୍ଷିଣ ଭାରତୀୟ ରାଜ୍ୟ ତାଲିମନାଡୁରେ ଆଜି ଐତିହାସିକ ଦିନ । ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଛି କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କରିଛନ୍ତି ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ । ଟିଭିକେର ୨୧, କଂଗ୍ରେସର ୨ ଜଣଙ୍କୁ ବିଜୟ କ୍ୟାବିନେଟରେ ସ୍ଥାନ ମିଳିଛି । କ୍ୟାବିନେଟରେ ଅନ୍ୟାନ୍ୟ ସହଯୋଗୀ ଦଳକୁ ୧୦ଟି ଆସନ ମିଳିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉପସ୍ଥିତିରେ ୨ କଂଗ୍ରେସ ବିଧାୟକ ଏବଂ ୨୧ ଟିଭିକେ ଏମଏଲଏ ଶପଥ ନେଇଛନ୍ତି ।
ପୂର୍ବାହ୍ନ ୧୦ଟାରେ ଲୋକଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ସେମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏଥିସହ କଂଗ୍ରେସ ରାଜ୍ୟର ମନ୍ତ୍ରିମଣ୍ଡଳରେ ଦୀର୍ଘ ୫୯ ବର୍ଷ ପରେ ସାମିଲ ହୋଇଛି । ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଧାୟକ ରାଜେଶ କୁମାର ଏବଂ ଥିରୁ ପି ବିଶ୍ବନାଥଙ୍କୁ ତାମିଲନାଡୁ କ୍ୟାବିନେଟରେ ସାମିଲ ପାଇଁ ମଞ୍ଜୁରୀ ଦେଇଥିଲେ । ଉଭୟ ଆଜି ଶପଥ ନେଇଛନ୍ତି । ଏହା କଂଗ୍ରେସ ପାଇଁ ଆଜି ଏକ ଐତିହାସିକ ଅବସର ହୋଇଛି । କାରଣ ଦୀର୍ଘ ୫୯ ବର୍ଷ ପରେ କଂଗ୍ରେସ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛି। ରାଜେଶ କୁମାର ଏବଂ ଥିରୁ ପି ବିଶ୍ବନାଥଙ୍କୁ ଶୁଭେଚ୍ଛା ଜଣାଇଛି ଦଳ । ସେମାନେ ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ଲାଗି କାର୍ଯ୍ୟ କରିବେ ବୋଲି ଦୃଢ଼ ବିଶ୍ବାସ ରହିଛି ।
#WATCH | Chennai | TVK and Congress MLAs take oath as Tamil Nadu Ministers in the presence of CM Vijay and Governor Rajendra Vishwanath Arlekar
— ANI (@ANI) May 21, 2026
The CM has recommended to induct 23 MLAs into the Council of Ministers and the state Governor approved the recommendation made by the… pic.twitter.com/6Svw7eJZKb
ଏହା ବି ପଢନ୍ତୁ...Cockroach Janta Party: ୨୦୨୯ ନିର୍ବାଚନ ଲଢିବ ନା କେଜ୍ରିୱାଲଙ୍କ ସହ ହାତ ମିଳାଇବ CJP ? ଜାଣନ୍ତୁ କ'ଣ କହିଲେ ପାର୍ଟି ଫାଉଣ୍ଡର
କ୍ୟାବିନେଟକୁ ଫେରିବା ପରେ ଶେଷରେ ଘଟିଛି ତାମିଲନାଡୁରେ ବହୁ ପ୍ରତୀକ୍ଷିତ ଘଟଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କ୍ୟାବିନେଟ୍ ବିସ୍ତାର କରିଛନ୍ତି। ଥାଲାପଥି ବିଜୟଙ୍କ ସରକାରରେ ୨୩ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ୨୩ ବିଧାୟକଙ୍କ ମଧ୍ୟରେ ବିଜୟଙ୍କ ଟିଭିକେ ଦଳର ୧୯ ଜଣ ଏବଂ ସହଯୋଗୀ କଂଗ୍ରେସ ଦଳର ଦୁଇଜଣ ଅଛନ୍ତି । ଏହା ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟରେ କଂଗ୍ରେସର ପ୍ରବେଶ ହୋଇଛି । ସହଯୋଗୀ ଦଳ VCK ଏବଂ IUML ପାଇଁ ଦୁଇଟି ମନ୍ତ୍ରଣାଳୟ ସଂରକ୍ଷିତ ରଖାଯାଇଛି, କିନ୍ତୁ ଏହି ଦଳଗୁଡ଼ିକ ଏପର୍ଯ୍ୟନ୍ତ ସେମାନଙ୍କର ମନ୍ତ୍ରୀଙ୍କ ନାମ ଘୋଷଣା କରିନାହାଁନ୍ତି । VCK ଏବଂ IUML, ଯାହାର ପ୍ରତ୍ୟେକର ଦୁଇଟି ବିଧାୟକ ଅଛନ୍ତି, TVK ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।