ନୂଆଦିଲ୍ଲୀ,୨୧/୦୫; ଏବେ ଦେଶରେ ଗୋଟିଏ ଚର୍ଚ୍ଚା । କକ୍ରୋଚ୍‌, କକ୍ରୋଚ୍‌ କକ୍ରୋଚ୍‌ । କ'ଣ ଦେଶରେ ଏକ ବଡ଼ ରାଜନୈତିକ ଦଳ ଭାବେ ଉଭା ହେବ କି କକ୍ରୋଚ୍ ଜନତା ପାର୍ଟି ?  କଳ୍ପନା କରନ୍ତୁ, ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଅଭିଜିତ୍ ବୋଷ୍ଟନରେ ଚାକିରି ପାଇଁ ଆବେଦନ କରୁଥିଲେ। ତା’ପରେ, ହଠାତ୍, ଭାରତର ମୁଖ୍ୟ ବିଚାରପତି ସୋସିଆଲ ମିଡିଆରେ ସକ୍ରିୟ ଯୁବ ଭାରତୀୟଙ୍କୁ "କକ୍ରୋଚ୍" ଏବଂ "ପରଜୀବୀ" ସହିତ ତୁଳନା କଲେ । ୩ ନି ଦିନ ପରେ, ଅଭିଜିତ୍ ଏକ ରାଜନୈତିକ ଦଳ ଗଠନ କଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ, ଏହାର ୫୫୦,୦୦୦ ଫଲୋର୍ସ ହୋଇଗଲେ। ଚତୁର୍ଥ ଦିନ ସୁଦ୍ଧା, ଅଭିଯାନଟି ଇନଷ୍ଟାଗ୍ରାମରେ ୩.୩ ନିୟୁତ ଅନୁସରଣକାରୀ ଏବଂ ୱେବସାଇଟରେ ଦୁଇ ଲକ୍ଷରୁ ଅଧିକ ସଦସ୍ୟ ପଞ୍ଜିକୃତ କରିଛି । ଯୁବ ସ୍ୱେଚ୍ଛାସେବକମାନେ କକ୍ରୋଚ୍ ମାସ୍କ ପିନ୍ଧି ଯମୁନା ସଫା କଲେ । ବିରୋଧୀ ସଂସାଦ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କଲେ ।

କ'ଣ ଅଭିଜିତ୍ ପ୍ରକୃତ କକ୍ରୋଚ୍ ? ​​​​​​​ଦଳର ୱେବ୍‌ସାଇଟ୍ ଅନୁସାରେ, ଅଭିଜିତ ଦିପ୍‌କେ ସିଜେପିର ପ୍ରତିଷ୍ଠାତା ।  ୩୦ ବର୍ଷୀୟ ଭାରତୀୟ ଛାତ୍ର ଅଭିଜିତ ଯିଏ ସମ୍ପ୍ରତି ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ଜନସମ୍ପର୍କ (PR)ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ କହିଛନ୍ତି, "ଗୋଟିଏ ସପ୍ତାହ ପୂର୍ବରୁ ମୁଁ ଚାକିରି ପାଇଁ ଆବେଦନ କରୁଥିଲି, ଏବଂ ତାପରେ ଏସବୁ ଘଟିଲା । ତେଣୁ ଏବେ ମୁଁ ଜାଣିନାହିଁ । ହୁଏତ ଭାଗ୍ୟ ମୋ ପାଇଁ ଅନ୍ୟ କିଛି ରଖିଛି ।" ପ୍ରକୃତ କକ୍ରୋଚ୍ ବିଷୟରେ ପଚରାଯିବାରୁ ସେ କହିଛନ୍ତି ହଁ ମୁଁ କକ୍ରୋଚ୍ । ଭାରତର ପ୍ରଧାନ ବିଚାରପତି ମୋ ପରି ଯୁବକମାନଙ୍କ ବିଷୟରେ କହୁଥିଲେ ।

ଆଗକୁ ପ୍ଲାନ୍ କଣ ? ଅଭିଜିତଙ୍କ ପାଖରେ ଏବେ ଏଥିପାଇଁ କୌଣସି ଠୋସ୍ କାର୍ଯ୍ୟ ଯୋଜନା ନାହିଁ, କିନ୍ତୁ ସେ ଲୋକଙ୍କ କଥା ଶୁଣିବା ପରେ ଏକ ରଣନୀତି ସ୍ଥିର କରିବେ। ଅଭିଜିତ କୁହନ୍ତି ଯେ ଦଳ ମାତ୍ର ୩-୪ଦିନ ହେବ ଗଠନ ହୋଇଛି । ଏହାର କୌଣସି ପୂର୍ବ ଯୋଜନା ନଥିଲା । ଯଦି ମୁଁ ଏହା ଯୋଜନା କରିଥାନ୍ତି, ତେବେ ମୁଁ ଏହା ଆମେରିକାରୁ କରିନଥାନ୍ତି; ମୁଁ ଭାରତରେ ଥାନ୍ତି। କିନ୍ତୁ ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ: ଏସବୁ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ରହିଥିବା ହତାଶାର  ପରିଣାମ । କେଜ୍ରିୱାଲ କକ୍ରୋଚ୍ ପାର୍ଟିରେ ଯୋଗ ଦେବେ କି ? ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ପ୍ରଶ୍ନର ଉତ୍ତରରେ ଅଭିଜିତ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ଚାହିଁଲେ ତାଙ୍କର ସମର୍ଥନ ଦେଇପାରିବେ, କିନ୍ତୁ ସେ ଭାବି ନଥିଲେ ଯେ କୌଣସି ଜେନ-ଜେଡ ଯୁବକ ଚାହିଁବେ ଯେ କୌଣସି ପ୍ରତିଷ୍ଠିତ ରାଜନୈତିକ ଦଳ ଏହି ଆନ୍ଦୋଳନରେ ଯୋଗ ଦେବେ ।

ଏହା ବି ପଢନ୍ତୁ...Cockroach Janata Party: ବେକାର ଯୁବକଙ୍କ ସ୍ୱର ‘କକ୍ରୋଚ୍ ଜନତା ପାର୍ଟି’, ୩ ଦିନରେ ୧ ଲକ୍ଷ ସଦସ୍ୟ

  

୨୦୨୯ ନିର୍ବାଚନ ଲଢିବ କି କକ୍ରୋଚ୍ ପାର୍ଟି ? ଦଳର ପ୍ରତିଷ୍ଠାତା ଅଭିଜିତ୍ କହିଛନ୍ତି, ଏ ବିଷୟରେ କିଛି କହିବା ଏବେ ଶୀଘ୍ର ହୋଇଯିବ । ଆନ୍ଦୋଳନ ଆରମ୍ଭ ହେବାର ମାତ୍ର ତିନି ଦିନ ହୋଇଛି । ଆମେ ଯୁବପିଢ଼ିଙ୍କ ସହ କଥା ହେବୁ ଏବଂ ପରବର୍ତ୍ତୀ ସମୟରେ ଆମେ କ’ଣ ପଦକ୍ଷେପ ନେବା ଉଚିତ୍ କଣ ନେବା ଉଚିତ୍ ନୁହେଁ ସେ ବିଷୟରେ ସେମାନଙ୍କ ମତାମତ ନେବୁ । ସେମାନଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ, ଦେଶର କୌଣସି ରାଜନୈତିକ ଦଳ ସେମାନଙ୍କ କଥା ଶୁଣନ୍ତି ନାହିଁ, ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । କିନ୍ତୁ ଏହି ଆନ୍ଦୋଳନର ଫଳସ୍ୱରୂପ, ପରିସ୍ଥିତି ବଦଳୁଛି, ଏପରିକି ପ୍ରତିଷ୍ଠିତ ଦଳଗୁଡ଼ିକ ମଧ୍ୟ ଆମ ଆନ୍ଦୋଳନ ଉପରେ ନଜର ରଖିବାକୁ ବାଧ୍ୟ ହେଉଛନ୍ତି। ଅନେକ ପ୍ରମୁଖ ନେତା ଆମକୁ ସମର୍ଥନ କରିବା ବିଷୟରେ କହୁଛନ୍ତି। କିନ୍ତୁ ଜେନେରାଲ୍-ଜିଙ୍କ ଯୁବପିଢ଼ି ସେମାନଙ୍କର ମନ ସ୍ଥିର କରିଛନ୍ତି । ସେମାନେ ମୋତେ ସବୁବେଳେ କହୁଛନ୍ତି, "ଅଭିଜିତ୍, ତୁମେ ଯାହା ଇଚ୍ଛା କର, କିନ୍ତୁ ଏହି ଆନ୍ଦୋଳନ କୌଣସି ପାରମ୍ପରିକ ରାଜନୈତିକ ଦଳ ଦ୍ୱାରା ଛାଇ ହେବା ଉଚିତ୍ ନୁହେଁ । ''

​​​​​​​କୌଣସି ରାଜନୈତିକ ଦଳ ସହିତ ହାତ ମିଳାଇବେ କି ? ଆମେ ଆମର ସମ୍ପୂର୍ଣ୍ଣ ସ୍ୱାଧୀନ ଆନ୍ଦୋଳନ ଆରମ୍ଭ କରିବୁ । ଆମର ଲକ୍ଷ୍ୟ ହେଉଛି ଭାରତର ରାଜନୈତିକ ଆଲୋଚନାକୁ ପରିବର୍ତ୍ତନ କରିବା । ଗତ ୧୦-୧୨ ବର୍ଷ ଧରି ଏହି ଦେଶରେ ରାଜନୀତିର ସ୍ତର କଣ ରହିଛି ? ସେହି ହିନ୍ଦୁ-ମୁସଲିମ ପ୍ରସଙ୍ଗ ଯାହା ଚକ୍ରରେ ଘୂରି ବୁଲୁଛି। ଏସବୁ କେତେ ଦିନ ପର୍ଯ୍ୟନ୍ତ ଚାଲିବ? ଦେଶର ଯୁବପିଢ଼ି ଏଥିରୁ କ’ଣ ପାଉଛନ୍ତି? ଯଦି କେହି ଏଥିରୁ କୌଣସି ଲାଭ ପାଉଛନ୍ତି, ତେବେ ମୋତେ କୁହନ୍ତୁ । ବାସ୍ତବତା ହେଉଛି ଏଥିରୁ କିଛି ଲାଭ ହେଉନାହିଁ ଏବଂ ଦେଶର ସାଧାରଣ ଲୋକ ଏହା ବୁଝିପାରିଛନ୍ତି । ଗତ ଦୁଇ ବର୍ଷ ଧରି ମୁଁ ଆମେରିକାରେ ବସି ଦେଖୁଛି ଏବଂ ଏଠାକାର ଯୁବପିଢ଼ିଙ୍କ ମଧ୍ୟରେ ଆଲୋଚନାର ସ୍ତର କ’ଣ ଅଛି ।


ଆନ୍ଦୋଳନ ପାଇଁ ପାଣ୍ଠି କେଉଁଠାରୁ ଆସିବ ?  କକ୍ରୋଚ୍ ଜନତା ପାର୍ଟି ପାଉଣ୍ଡର ଅଭିଜିତ୍ ଦିପ୍‌କେ କହିଛନ୍ତି, ଆମେ ଏହି ସମସ୍ତ ବୈଷୟିକ ଏବଂ ରଣନୈତିକ ଦିଗଗୁଡ଼ିକ ଉପରେ କାମ କରୁଛୁ। ମୁଁ କେବଳ ଅନୁରୋଧ କରୁଛି, ଦୟାକରି ଆମକୁ କିଛି ସମୟ ଦିଅନ୍ତୁ। ଆମେ କୌଣସି ତରବରିଆ ପଦକ୍ଷେପ ନେବାକୁ ଚାହୁଁନାହୁଁ ଯାହା ଏହାକୁ କ୍ଷତି ପହଞ୍ଚାଇବ । ଆମେ ଯାହା ବି କରୁ, ଆମେ ଏକ ଦୃଢ଼ ରଣନୀତି ସହିତ ତାହା କରିବୁ । ମୁଁ ଜାଣେ ଲୋକମାନେ ମୋତେ ଆମର ପରବର୍ତ୍ତୀ ପଦକ୍ଷେପ ଏବଂ ରଣନୀତି ବିଷୟରେ ବାରମ୍ବାର ପଚାରୁଛନ୍ତି । ତିନି ଦିନ ପୂର୍ବରୁ, ଆମେ ନିଜେ ଜାଣି ନଥିଲୁ ଯେ ୨୦୦,୦୦୦ରୁ ଅଧିକ ପଞ୍ଜିକୃତ ଲୋକ ଆମ ସହିତ ଠିଆ ହେବେ । ଯଦି ଆମେ ଜାଣିଥାନ୍ତୁ, ତେବେ ଆମେ ଏକ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଥାନ୍ତୁ । ପ୍ରାରମ୍ଭିକ ସମୟରେ ଅଛୁ ଆଣକୁ ଟିକେ ସମୟ ଦିଅନ୍ତୁ ।''

ଏହା ବି ପଢନ୍ତୁ...Cockroach Remarks Row: 'ଅସରପା ଜନତା ପାର୍ଟି' କାହାର ? ଯୋଗ ଦେଲେ ମହୁଆ-କୀର୍ତ୍ତି, ବେକାର-ଅଳସୁଆ ହୋଇପାରିବେ ସାମିଲ  

ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ପରେ ଏବେ ଭାରତ- ଗତ ବର୍ଷକ ମଧ୍ୟରେ, ଭାରତର ପଡ଼ୋଶୀରେ ଅନେକ ବଡ଼ "ଜେନ-ଜି" ଆନ୍ଦୋଳନ ହୋଇଛି । ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳର ଯୁବକମାନେ ବିଦ୍ରୋହ ଏବଂ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଭାରତର ଜେନ-ଜି କେଉଁଠି ?" ଅଭିଜିତ୍ କ'ଣ ଏହି ଆନ୍ଦୋଳନ ମାଧ୍ୟମରେ କହୁଛନ୍ତି, "ଭାରତର ଜେନ-ଜି ଏଠାରେ ଅଛନ୍ତି ? " ଅଭିଜିତ୍ ଗର୍ବର ସହିତ  କହିଛନ୍ତି, ଭାରତର ଜେନ-ଜି ସବୁବେଳେ ଏଠାରେ ଅଛନ୍ତି । ୩ ଦିନରେ ଆମେ ପାଇଥିବା ସମର୍ଥନ ଦେଖନ୍ତୁ । ଏ ହେଉଛି ଯୁବପିଢିର କ୍ରୋଧ ଏବଂ ହତାଶା ଯାହା ଏବେ ବାହାରକୁ ଆସୁଛି ।