PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

୫ ବର୍ଷରେ ଚାକିରି ହରାଇଛନ୍ତି ୨ କୋଟି ପୁରୁଷ

source:www.wenzelfenton.com

ନୂଆଦିଲ୍ଲୀ,୨୩ା୩(ଏଜେନ୍ସି):୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ପ୍ରାୟ ୨ କୋଟି ପୁରୁଷ ଚାକିରି ହରାଇଛନ୍ତି । ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ରିପୋର୍ଟରୁ ଏହା ଜଣାଯାଇଛି । ଏହି ରିପୋର୍ଟକୁ କେନ୍ଦ୍ର ସରକାର ଚପାଇ ରଖିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ସର୍ବସାଧାରଣରେ ପ୍ରକାଶ ପାଇବାକୁ ଥିବା ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ୨୦୧୭-୧୮ ଅନୁସାରେ ୨୦୧୧-୧୨ରେ ଦେଶରେ ୩୦.୪ କୋଟି ପୁରୁଷ ଚାକିରି କରୁଥିଲେ । ୨୦୧୭-୧୮ରେ ଏହି ସଂଖ୍ୟା ୨୮.୬ କୋଟିକୁ ଖସି ଆସିଥିବା ରିପୋର୍ଟରେ ଦର୍ଶାଯାଇଛି । ୧୯୯୩-୯୪ରୁ ପ୍ରଥମ ଥର ପାଇଁ ପୁରୁଷ ଶ୍ରମବଳରେ ହ୍ରାସ ଘଟିଛି । ଉକ୍ତ ସମୟରେ ଦେଶର ମାନବସମ୍ବଳରେ ପୁରୁଷଙ୍କ ସଂଖ୍ୟା ୨୧.୯ କୋଟି ଥିଲା । ୨୦୧୧-୧୨ରେ ଏହି ସଂଖ୍ୟା ୩୦.୪ କୋଟିକୁ ବଢ଼ିଥିଲା । କିନ୍ତୁ ୨୦୧୭-୧୮ରେ ଏହା ୨୮.୬ କୋଟିକୁ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପୁରୁଷ ବେକାରି ହାର ଯଥାକ୍ରମେ ୭.୧% ଏବଂ ୫.୮% ରହିଥିବା
ଏଥିରେ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ, ଏହି ରିପୋର୍ଟକୁ ଜାତୀୟ ପରିସଂଖ୍ୟାନ ଆୟୋଗ (ଏନ୍‌ଏସ୍‌ସି) ପକ୍ଷରୁ ୨୦୧୮ ଡିସେମ୍ବରରେ ମଞ୍ଜୁରି ଦିଆଯାଇଥିଲା ।

କିନ୍ତୁ ସରକାର ଏହାକୁ ପ୍ରକାଶ ନ କରି ଚପାଇ ରଖିବାରୁ ଏନ୍‌ଏସ୍‌ସି ଅଧ୍ୟକ୍ଷ ପି. ସି. ମୋହନନ୍‌ଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଜାନୁଆରୀରେ ଇସ୍ତଫା ଦେଇଛନ୍ତି । ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଗ୍ରାମାଞ୍ଚଳରେ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ୨୦୧୧-୧୨ରେ ଏହି ସଂଖ୍ୟା ୧୦.୯ କୋଟି ଥିଲା । ୨୦୧୭-୧୮ରେ ଏହା ୭.୭ କୋଟିକୁ ହ୍ରାସ ପାଇଛି । ୫ ବର୍ଷରେ ଏଥିରେ ୩୦% ହ୍ରାସ ଘଟିଛି । ଗ୍ରାମୀଣ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୌପଚାରିକ ଶ୍ରମିକ ପରିବାର ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ୫ ବର୍ଷ ମଧ୍ୟରେ ଏହା ୩.୬ କୋଟିରୁ ୨.୧ କୋଟିକୁ ହ୍ରାସ ପାଇଛି । ଯଦିଓ ସରକାର ରିପୋର୍ଟରେ କୌଣସି ପ୍ରକାର ରାଜନୈତିକ ପ୍ରଭାବ ରହି ନ ଥିବା କହୁଛନ୍ତି ତଥାପି ବିଶ୍ୱର ବିଭିନ୍ନ କୋଣରୁ ୧୦୮ ଜଣ ଅର୍ଥନୀତିଜ୍ଞ ଏହା ଉପରେ ଆପତ୍ତି ଦର୍ଶାଇଛନ୍ତି । ସରକାର ରିପୋର୍ଟରେ ଥିବା ତଥ୍ୟଗୁଡିକୁ ସଂଶୋଧନ କରିଦେଉଥିବାବେଳେ ଅନେକ ତଥ୍ୟକୁ ଲୁଚାଇ ଦେଉଥିବା ଏମାନେ ଅଭିଯୋଗ କରୁଛନ୍ତି । ସରକାରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ତଥ୍ୟଗୁଡିକୁ ହଟାଇ ଦିଆଯାଉଥିବା ଏମାନେ କହିଛନ୍ତି ।

ସମ୍ବନ୍ଧିତ ଖବର