ପ୍ରମୁଖ ଖବର
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

୨ ଦିନରେ ୩ ବସ୍‌କୁ ୯୪,୫୦୦ ଜରିମାନା, ମଦ୍ୟପ ବସ୍‌ ଡ୍ରାଇଭରଙ୍କୁ ଅଧାବାଟରୁ ଧରିଲେ ପରିବହନ ଅଧିକାରୀ

ପୁରୀ,୦୯/୦୬: ଆଗକୁ ରଥଯାତ୍ରା । ଯାତ୍ରୀ ଯେମିତି କୌଣସି ପ୍ରକାରେ ଠକେଇର ଶିକାର ନ ହେବେ ସେଥିପାଇଁ ପ୍ରଶାସନ ପ୍ରସ୍ତୁତି କରୁଛି । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଯାନବାହନ ଯାଞ୍ଚ କଡ଼ାକଡ଼ି ହୋଇଛି । ଗତ ୨ ଦିନ ମଧ୍ୟରେ ୩ଟି ବସ୍‌ ନାଁରେ ୯୪,୫୦୦ ଟଙ୍କାର ଚାଲାଣ କଟିସାରିଲାଣି । ବିନା ପର୍‌ମିଟ୍‌ରେ ଗାଡ଼ି ଚଲାଇବା, ମଦ ପିଇ ଗାଡ଼ି ଡ୍ରାଇଭିଂ କରିବା, ଯାତ୍ରୀଙ୍କୁ ଟିକେଟ୍‌ ନ ଦେବା ଭଳି ବିଭିନ୍ନ ଅଭିଯୋଗରେ ମୋଟା ଅଙ୍କର ଜରିମାନା ଲଗାଯାଇଛି ।

ଅନ୍ୟପକ୍ଷରେ ଗୁରୁବାର ଅନ୍ୟ ୨ଟି ବସ୍‌ ମଧ୍ୟ ଏକାଧିକ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଛନ୍ତି । ଗୋଟିଏ ବସ୍‌ ନାଁରେ ୨୨,୦୦୦ ଟଙ୍କାର ଚାଲାଣ କଟାଯାଇଥିବାବେଳେ ଅନ୍ୟ ବସ୍‌ ନାଁରେ ୩୨,୦୦୦ ଟଙ୍କାର ଚାଲାଣ କଟିଛି । ଏହି ୨ ବସ୍‌ର କଣ୍ଡକ୍ଟର ଯାତ୍ରୀଙ୍କୁ ଟିକେଟ୍‌ ନ ଦେବା ସହ ବିନା ପର୍‌ମିଟ୍‌ରେ ଗାଡ଼ି ଚଲାଉଥିଲେ । ଏହି ୨ ଗାଡ଼ିକୁ ଜବତ କରି ତାଳବଣିଆ ଥାନାରେ ଜବତ କରି ରଖାଯାଇଛି । ଆଗକୁ ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ ବୋଲି ଆର୍‌ଟିଓ ସୂଚନା ଦେଇଛନ୍ତି । ବୁଧବାର ଏକ ବସ୍‌ ବିନା ରୁଟ୍‌ ପର୍‌ମିଟ୍‌ରେ କୋଲକାତା ଯାଉଥିବା ଆର୍‌ଟିଓ ରବିନ ପଟ୍ଟନାୟକ ସୂଚନା ପାଇଥିଲେ । ମାଳତିପାଟପୁରଠାରେ ଉକ୍ତ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବାରୁ ସମ୍ପୃକ୍ତ ଗାଡ଼ି ଏକାଧିକ ନିୟମ ଉଲ୍ଲଂଘନ କରୁଥିବା ଜଣାପଡ଼ିଥିଲା । ସମ୍ପୃକ୍ତ ଗାଡ଼ି ନାଁରେ ୪୦,୫୦୦ ଟଙ୍କାର ଚାଲାଣ କଟାଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.