PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି

ଭୁବନେଶ୍ୱର,୨୭/୦୫: ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ ଅଫ୍‌ ଓଡ଼ିଶା ପକ୍ଷରୁ ଦିନ ଧରି ପେଟ୍ରୋଲ ପମ୍ପ ବନ୍ଦ ଡାକରା । ଶୁକ୍ରବାର ସନ୍ଧ୍ୟା ୬ରୁ ଶନିବାର ସକାଳ ୬ଟା ଏବଂ ୨୮ ତାରିଖ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ରାଜ୍ୟରେ ପେଟ୍ରୋଲ ଟାଙ୍କି ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ସଂଘର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ।

ସଂଘ ଦାବି କରିଛି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଗତ ସପ୍ତାହରେ ଟିକସ ହ୍ରାସ କରିବା ଫଳରେ ଡିଲରମାନେ କ୍ଷତି ସହିଛନ୍ତି । ପେଟ୍ରୋଲିୟମ ସାମଗ୍ରୀ ଅର୍ଡର ହୋଇଥିବା ବେଳେ ହଠାତ୍‌ ଟିକସ ହ୍ରାସ କରିଥିଲେ କେନ୍ଦ୍ର ସରକାର । ଯାହା ଫଳରେ ଡିଲର୍ସମାନେ ୬ରୁ ୭ ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ସହିଛନ୍ତି । ଯାହାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସଂଘ କହିଛି ।

ଏହି ବନ୍ଦ ଡାକରାରେ ରାଜ୍ୟର ପ୍ରାୟ ୧୦୦୦ରୁ ଅଧିକ ପେଟ୍ରୋଲ ଟାଙ୍କି ସାମିଲ ହେବା ନେଇ ସଭାପତି ଶ୍ରୀ ସାହୁ କହିଛନ୍ତି । ଭୁବନେଶ୍ୱର ସମେତ ରାଜ୍ୟରେ ଅନେକ ସ୍ଥାନରେ ଏହାର ପ୍ରଭାବ ପଡିବ । ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଏବଂ ଡିଜେଲ ଉପରୁ ୬ଟଙ୍କା ଅବକାରୀ ଶୁଳ୍କ ହ୍ରାସ କରିଥିଲେ । କିନ୍ତୁ କେବଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ସଂଘ ବନ୍ଦରୁ ଦୂରେଇ ରହିଛି । ଫଳରେ କିଛି ପେଟ୍ରୋଲ ଟାଙ୍କି ଖୋଲା ରହିବ ବୋଲି ସୂଚନା ମିଳିଛି ।

ସେପଟେ ଗୁରୁବାର ଟାଙ୍କିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱରର ଏକାଧିକ ଟାଙ୍କିରେ ବାଇକ୍‌ ଓ କାର୍‌ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ । ପେଟ୍ରୋଲ ପକାଇବାକୁ ପ୍ରତିଯୋଗିତା ଚାଲିଥିଲା । ଏପରିକି ରାତି ୧୨ଟା ପର୍ଯ୍ୟନ୍ତ ଟାଙ୍କିରେ ତେଲ ପକାଇବା ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ ବାଇକ୍‌ ଏବଂ କାର୍‌ ଚାଳକ ।