ସମ୍ବଲପୁର,୪।୧ : ଫ୍ଲାଏ ଆସ ବୋଝଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କାର । ଦୁର୍ଘଟଣା ରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ଧନୁପାଲି ଥାନା ନକ୍ସାପାଲିଠାରେ ଏହି ଦୁର୍ଘଟଣା ଘଟଛି । ମୃତକଙ୍କ ପରିଚୟ ମିଳି ନାହିଁ।

ଟ୍ରକରେ ଆସ ଲୋଡ଼ ହୋଇଥିବାବେଳେ ପଛ ପଟୁ ଆସି କାର ଟି ଧକ୍କା ଦେଇଥିଲା। କାର ଭିତରେ ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି  ମେଡିକାଲ ପଠାଇଥିଲେ। ମେଡିକାଲ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।