ହିନ୍ଦୋଳ, ୮।୬ : ଆମ୍ବ ଗୋଟାଇବା ହେଲା କାଳ। ବଜ୍ରପାତରେ ଚାଲିଗଲା ଦିଅର-ଭାଉଜଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁପୋଖରୀ ଗ୍ରାମ ପଞ୍ଚାୟତ ବନ୍ଦା ଭୂଇଁରେ। ମୃତକ ହେଲେ ବନ୍ଦା ଭୂଇଁ ଗ୍ରାମର ସୁବାସିନୀ ସାହୁ (୬୦) ଏବଂ ତାଙ୍କ ଦିଅର ଗଣେଶ୍ୱର ସାହୁ (୬୪) ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁପୋଖରୀ ଗ୍ରାମ ପଞ୍ଚାୟତ ବନ୍ଦା ଭୂଇଁ ଗ୍ରାମର ସୁବାସିନୀ ସାହୁ (୬୦) ଏବଂ ତାଙ୍କ ଦିଅର ଗଣେଶ୍ୱର ସାହୁ (୬୪) ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହେବା ସହ ବର୍ଷା ଓ ପବନ ହୋଇଥିଲା। ସୁବାସିନୀ ଓ ଗଣେଶ୍ବରଙ୍କ ଉପରେ ବଜ୍ରପାତ ହୋଇଥିଲା। ପରିବାର ଲୋକ ଉଭୟଙ୍କୁ ନେଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି I

ଆହୁରି ପଢନ୍ତୁ : ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ମାନଚିତ୍ର ବଦଳାଇବ ବାରିପଦାର ନୂତନ ଟିଚିଙ୍ଗ୍ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ