ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ ଜଣଙ୍କୁ ଦଳିଦେଲା ଦନ୍ତା

Published By : Harapriya Sethi | July 31, 2025 9:22 AM

ଢେଙ୍କାନାଳ/ହିନ୍ଦୋଳ,୩୧/୦୭: ହାତୀ ଆକ୍ରମଣରେ ଦେଢଶୂର ଓ ଭାଇବୋହୂଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ବାଘଧରିଆ ଗ୍ରାମରେ ଗୁରୁବାର ସକାଳୁ ଏହି ଅଘଟଣ ଘଟିଛି। ମୃତକ ହେଲେ ବାଘଧରିଆ ଝୁଲଣ ଦେହୁରୀ (୫୦ ବର୍ଷ) ଓ ତାଙ୍କ ଦେଢଶୂର କରୁଣାକର ଦେହୁରୀ (୬୧ ବର୍ଷ) ଏବଂ ଶଶୀ ଦେହୁରୀ (୬୬ ବର୍ଷ)। ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ସତମାଇଲିଠାରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରୋକ ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଢେଙ୍କାନାଳ-ଅନଗୁଳ ଯିବା ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ବାଘଧରିଆ ଗ୍ରାମର ଝୁଲଣ ଦେହୁରୀ ଗୁରୁବାର ସକାଳୁ ଶୌଚ ହେବାପାଇଁ ଘର ପଛପଟକୁ ଯାଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଥିବା ଏକ ଦାନ୍ତହାତୀ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ଦେଢଶୂର କରୁଣାକର ଦୌଡ଼ି ଆସିବାରୁ ହାତୀ ତାଙ୍କୁ ଗୋଡେଇ ମାରି ଦେଇଥିଲା। ଘଟଣା ସ୍ଥଳରେ ଉଭୟ ଦେଢଶୂର ଓ ଭାଇବୋହୂଙ୍କ ମୃତ୍ୟୁ ଘଟିଥିଲା। ସେଠାରୁ ହାତୀ ଯାଇ କିଛି ଦୂରରେ ଶଶୀ ସାହୁଙ୍କୁ ମଧ୍ୟ ଟେକି କଚାଡି ଦେଇଥିଲା। ଗୁରୁତର ଶଶୀ ସାହୁଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ଅନ୍ୟପଟେ ଆକ୍ରମଣ କରିବା ପରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ହାତୀପଲ ଗାଁ ଛାଡ଼ି ଯାଇନଥିଲେ । ବନ ବିଭାଗ କର୍ମଚାରୀଙ୍କୁ ଫୋନ୍ କରାଯାଇଥିଲେ ସୁଦ୍ଧା କେହି ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତୀ ପଲ ଚାଲିଯିବା ପରେ ମୃତଦେହକୁ ଗ୍ରାମବାସୀ ସତମାଇଲି ଛକରେ ରଖି ରାସ୍ତା ଅବରୋଧ କରିଛନ୍ତି । ତେବେ ଗତ କିଛିଦିନ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଅନେକ ପରିମାଣରେ ବଢ଼ି ଯାଇଛି। ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ଓ ବନ ଅଧିକାରୀ ପହଞ୍ଚି ବୁଝାସୁଝା ଚଳାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.