ନୂଆଦିଲ୍ଲୀ,୦୪/୦୬; ଆଇପିଏଲ୍-୨୦୨୬ରେ କ୍ରିକେଟ୍ପ୍ରେମୀ ମୈଦାନରେ ଚଉକା-ଛକ୍କା ଓ ରୋମାଞ୍ଚକର ମୁକାବିଲା ଦେଖିବାକୁ ପାଇଲେ । ଏଥିସହ ଖାଦ୍ୟପେୟର ଏକ ଭିନ୍ନ ଉତ୍ସବ ବି ଦେଖିବାକୁ ମିଳିଲା । ମ୍ୟାଚ୍ ସମୟରେ ଲୋକେ ଖୁବ୍ ଅନ୍ଲାଇନ୍ ଖାଦ୍ୟ ଅର୍ଡର୍ କଲେ । ରେସ୍ତୋରାଁରେ ଟେବଲ ବୁକ୍ କଲେ । ଏହା ଦ୍ୱାରା ଫୁଡ୍ ଡେଲିଭରୀ ଓ ରେସ୍ତୋରାଁ ବ୍ୟବସାୟରେ ଦମ୍‌ଦାର ବୃଦ୍ଧି ଦେଖାଗଲା ।

ଫୁଡ୍ ଡେଲିଭରୀ ଅର୍ଡର୍‌ରେ ୩୨%ରୁ ଅଧିକ ବୃଦ୍ଧି- ଫୁଡ୍ ଡେଲିଭରୀ ପ୍ଲାଟ୍‌ଫର୍ମ ସ୍ୱିଗି ଅନୁସାରେ, ଆଇପିଏଲ୍-୨୦୨୬ରେ ଏହି ପ୍ଲାଟ୍‌ଫର୍ମରେ ଖାଦ୍ୟ ଅର୍ଡର୍ ପୂର୍ବ ସିଜନ୍ ତୁଳନାରେ ୩୨.୩୧% ବଢ଼ିଛି । ସ୍ୱିଗି ଡାଇନ୍ଆଉଟ୍ ଜରିଆରେ ରେସ୍ତୋରାଁ ବୁକ୍‌ରେ ବାର୍ଷିକ ଆଧାରରେ ୪୧% ବୃଦ୍ଧି ରେକର୍ଡ ହୋଇଛି ।

ସବୁଠୁ ଆଗରେ ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ- ଗତ ମେ ୨୯ରେ କ୍ୱାଲିଫାୟର ଓ ୩୧ରେ ଚୂଡ଼ାନ୍ତ ମ୍ୟାଚ୍ରେ ବେଙ୍ଗାଲୁରୁ, ମୁମ୍ବାଇ ଓ ହାଇଦ୍ରାବାଦ ସର୍ବାଧିକ ଖାଦ୍ୟ ଅର୍ଡର୍ କରିଥିବା ସହର ତାଲିକାରେ ଥିଲେ । ସୁରଟ, ତିରୁଅନନ୍ତପୁରମ୍ ଓ ବଡୋଦ୍ରା ଭଳି ସହରରେ ମଧ୍ୟ ଖାଦ୍ୟ ଅର୍ଡର୍ ଚାହିଦା ଖୁବ୍ ବଢ଼ିଥିଲା ।

ବେଶି ଅର୍ଡର୍ ବିରୟାନୀ-ମିଠା- ମ୍ୟାଚ୍ ଦେଖିବା ସମୟରେ ଲୋକେ ସବୁଠୁ ଅଧିକ ଚିକେନ ବିରୟାନି, ଚିକେନ୍ ଫ୍ରାଏଡ୍ ରାଇସ୍ ଓ ଭେଜ୍ ବର୍ଗର୍ ଅର୍ଡର୍ କରିଥିଲେ । ଜଳଖିଆରେ ପାଓ ଭାଜି ଓ ଚିକେନ୍ ପପ୍‌କର୍ନର ଚାହିଦା ବେଶି ଥିଲା । ମିଠାରେ ଚକୋ ଲାଭା କେକ୍, ଟେଣ୍ଡର୍ କୋକୋନଟ୍ ଆଇସ୍କ୍ରିମ୍ ଓ ରସମଲାଇକୁ ସବୁଠୁ ବେଶି ପସନ୍ଦ କରିଥିଲେ ଗ୍ରାହକ ।

​​​​​​​

୧ ମିନିଟ୍‌ରେ ୬,୨୦୦ରୁ ଅଧିକ ଅର୍ଡର- ଗତ ୨୯ ତାରିଖ ୨ୟ କ୍ୱାଲିଫାୟର୍ରେ ରାତି ୮.୧୨ଟା ବାଜି ୧ ମିନିଟ୍ରେ ୫,୨୦୦ରୁ ଅଧିକ ଅର୍ଡର୍ ରେକର୍ଡ ହୋଇଥିଲା । ଏହି ମ୍ୟାଚ୍ରେ ଗୁରୁଗ୍ରାମର ଜଣେ ଗ୍ରାହକ ୪୫ ସ୍ପେଶାଲ ଭେଜ୍ ଥାଳି ଅର୍ଡର୍ କରି ୨୦,୨୦୫ ଟଙ୍କା ଖର୍ଚ୍ଚ କରିଥିଲେ । ୧ ମିନିଟ୍‌ରେ ୬,୨୦୦ରୁ ଅଧିକ ଅର୍ଡର୍

ରେସ୍ତୋରାଁରେ ଭୀଷଣ ଭିଡ଼- ଅନେକ କ୍ରିକେଟ୍ ପ୍ରଶଂସକ ଘରେ ମ୍ୟାଚ୍ ଦେଖିବା ବଦଳରେ ସାଙ୍ଗ ଓ ପରିବାର ସହ ରେସ୍ତୋରାଁରେ ପହଞ୍ଚିଥିଲେ । ସେଥିପାଇଁ ଆଇପିଏଲ୍୨୦୨୬ରେ ସ୍ୱିଗି ଡାଇନ୍ଆଉଟ୍ ବୁକିଂରେ ୪୧% ବୃଦ୍ଧି ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ...Shreyas Iyer: ଅଧିନାୟକ ପଦ ଯିବ, ଟି-୨୦ରେ ମିଳିବନି କି ସୁଯୋଗ ? ସୂର୍ଯ୍ୟଙ୍କୁ ନେଇ କାହିଁକି ଏମିତି ଚର୍ଚ୍ଚା    

୨.୧୪ ଲକ୍ଷର ଗୋଟିଏ ବିଲ୍- ୨୯ ମେ’ରେ କ୍ୱାଲିଫାୟର ମ୍ୟାଚ୍‌ରେ ବେଙ୍ଗାଲୁରୁରେ ୨୦ ଜଣିଆ ଏକ ଗ୍ରୁପ୍ ମ୍ୟାଚ୍‌ର ମଜା ନେବା ପାଇଁ ରେସ୍ତୋରାଁରେ ଭୋଜନ କରିଥିଲେ । ଏଥିରେ ସେମାନଙ୍କର ୨,୧୪,୦୬୧ ଟଙ୍କାର ରେସ୍ତୋରାଁ ବିଲ୍ ଆସିଲା, ଯାହା ପୂରା ସିଜନ୍‌ର ଅନ୍ୟତମ ସବୁଠୁ ବଡ଼ ବିଲ୍ ଥିଲା । ଚୂଡ଼ାନ୍ତ ମ୍ୟାଚ୍ ଦିନ ମଧ୍ୟ ବେଙ୍ଗାଲୁରୁରେ ରେସ୍ତୋରାଁ ବୁକିଂର ରେକର୍ଡ ସୃଷ୍ଟି ହୋଇଥିଲା । ୧୭ ମେ’ ତୁଳନାରେ ୩୧ ମେ’ରେ ସହରରେ ବୁକିଂ ୩୨% ଅଧିକ ଥିଲା ।

କ୍ରିକେଟ୍ ବଢ଼ାଇଲା ଖାଦ୍ୟ ବ୍ୟବସାୟ- ଆଇପିଏଲ୍-୨୦୨୬ ପୁଣି ଥରେ ପ୍ରମାଣ କରିଛି ଯେ, ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏକ ବଡ଼ ସାମାଜିକ ଓ ମନୋରଞ୍ଜନଧର୍ମୀ ଉତ୍ସବ । ମ୍ୟାଚ୍‌କୁ ଉପଭୋଗ କରିବା ପାଇଁ ଲୋକେ ଖୁବ୍ ଖାଦ୍ୟ ଅର୍ଡର୍ କଲେ । ରେସ୍ତୋରାଁରେ ପାର୍ଟି କଲେ, ଯାହା ଦ୍ୱାରା ଖାଦ୍ୟ ଉଦ୍ୟୋଗର କୋଟି କୋଟି ଟଙ୍କାର ଅତିରିକ୍ତ ବ୍ୟବସାୟ ହେଲା ।