ନୂଆଦିଲ୍ଲୀ,୦୪/୦୬; ଅଷ୍ଟମ ସାଫ୍ ମହଳା ଚାମ୍ପିଅନସିପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ଖେଳାଯିବ । ସେମି ଫାଇନାଲରେ ଭାରତ ୧-୦ ଗୋଲରେ ଭୁଟାନକୁ ହରାଇଛି । ବାଂଲାଦେଶ ନେପାଳରୁ ୨-୧ ଗୋଲରେ ପରାସ୍ତ କରିଛି । ଆସନ୍ତାକାଲି ଅର୍ଥାତ ୫ ତାରିଖରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଭାରତ-ଭୁଟାନ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତୀବ୍ର ପ୍ରତିନ୍ଦ୍ୱନ୍ଦିତା ମଧ୍ୟରେ ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତ ଗୋଲ ଖାତା ଖୋଲିଥିଲା । ୫୮ ମିନିଟରେ ସାନଫିଦା ନନଗ୍ରୁମ ଏହି ଗୋଲଟି ଦେଇଥିଲେ । ଭୁଟାନ ଗୋଲ ପରିଶୋଧ କରିବା ନେଇ ସମସ୍ତ ବଳ ଲଗାଇ ଦେଇଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ସଫଳ ହୋଇ ପାରିନଥିଲା । ଗ୍ରୁପରେ ଭାରତ ଅପରାଜେୟ ରହିଥିଲା । ୧୧-ଦରେ ମାଳଦ୍ୱୀପକୁ ଏବଂ ୩-୦ରେ ବାଂଲାଦେଶକୁ ପରାସ୍ତ କରିଥିଲା । ଗ୍ରୁପ ଷ୍ଟେଜରେ ବାଂଲାଦେଶକୁ ହରାଇଥିବା ଫାଇନାଲରେ ଭାରତର ପଲ୍ଲା ଭାରି ମନେ ହେଉଛି । ୫ ଥରର ସାଫ୍ ଚାମ୍ପିଅନ ଭାରତ ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଫାଇନାଲ ମୁକାବିଲା ଖେଳିବ । ଫିଫା ର୍ୟାଙ୍କିରେ ଭୁଟାନଠୁ ଭାରତ ୧୦୦ତମ ସ୍ଥାନ ଉପରେ ରହିଛି । ଭାରତ ୬୯ତମ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...IPL 2026 Final: ଫାଇନାଲରେ ମିନିଟ୍ରେ ୬,୨୦୦ ଅନ୍ଲାଇନ୍ ଫୁଡ୍ ଅର୍ଡର, ୨୦ ଜଣ ଖାଇଗଲେ ୨.୧୪ ଲକ୍ଷ ଟଙ୍କାର ଖାଦ୍ୟ

​​​​​​​

ଷଷ୍ଠ ଟାଇଟଲଠୁ ଦୂର ଗୋଟିଏ ବିଜୟ- ଭାରତୀୟ ଫୁଟବଲ୍ ଟିମ୍ ୬ ବର୍ଷର ଦୀର୍ଘ ଅପେକ୍ଷା ପରେ ସାଫ ମହିଳା ଚାମ୍ପିଅନସିପ ଫାଇନାଲରେ ପହଞ୍ଚିଛି । ଏହା ପୂର୍ବରୁ ଭାରତ ୨୦୧୯ରେ ନେପାଳକୁ ହରାଇ ଟାଇଟଲ ଜିତିଥିଲା । ଗତ ୨ ସିଜିନରେ (୨୦୨୨ ଏବଂ ୨୦୨୪)ରେ ଭାରତୀୟ ଟିମ୍ ପାଇଁ ଭଲ ନଥିଲା । ସେମିଫାଇନାଲରୁ ଅଭିଯାନ ସରିଥିଲା । ସେପଟେ ଭାରତକୁ ଟକ୍କର ଦେବାକୁ ପ୍ରସ୍ତୁତ ବାଂଲାଦେଶ । ସେମିରେ ନେପାଳକୁ ହରାଇବାପରେ ଦଳର ମନୋବଳ ଦୃଢ ରହିଛି । ୨୦୨୨ ଏବଂ ୨୦୨୪ରେ ବାଂଲାଦେଶ ଟ୍ରଫି ଜିତିଥିଲା ।