ବାରିପଦା, ୨୮।୫ ଶିମିଳିପାଳ କୋର ଏରିଆରେ ଶିକାରୀ ଗୁଳିରେ ବନ ସୁରକ୍ଷା କର୍ମୀ ମୃତ୍ୟୁ ଘଟଣାରେ ପୁଲିସ ର ସ୍ୱତନ୍ତ୍ର ସ୍କ୍ବାଡ ୨ ଜଣ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି l ଶୁକ୍ରବାର ଏବଂ ଶନିବାର ଏହି ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିଲା l ସେମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ଗ୍ରାମର ଡବ୍ରା ଓରଫ ଆକାଶ ସିଂ (୩୨ )ଏବଂ କାନ୍ଦ ସିଂ (୫୦) l ଏଥି ସହିତ ବନରକ୍ଷୀ ହତ୍ୟାକାଣ୍ଡ ମାମଲାରେ ୫ଜଣ ଗିରଫ ହୋଇଥିବା ବେଳେ ଗିରଫ ଦାରି ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି l
ପୂର୍ବରୁ ପୁଲିସ ପୁଲିସ ବଡ଼ଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂଙ୍କ ସହିତ କୁଆଳି ଗ୍ରାମର ସୁକୁଲାଲ ମାରାଣ୍ଡି ଓ ସୁନାପୋଷି ଜରଗାଡେହି ଗ୍ରାମର ଜୁଗୁଳୁ ସିଂ(ସୁକୁରା )ଙ୍କୁ ଗିରଫ କରିଥିଲା l ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଥିଲା l ଶନିବାର ସେହି ତିନିଜଣ ଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା l