PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବୋଲେର ସହ ବିଦେଶୀ ମଦ ଜବତ, ୨ ଗିରଫ

ମାଲକାନଗିରି/ମାଥିଲି,୨୩।୫ (ଆ ପ୍ର) ବାହାର କୁ ବିଦେଶୀ ମଦ ଚୋରା ଚାଲାଣ କରିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୋଲିସ ଏକ ବୋଲେର ଗାଡି ସହ ବହୁ ପରିମାଣର ବିଦେଶୀ ମଦ ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସୂଚନା ଯୋଗ୍ୟଯେ ମାଥିଲି ଅଞ୍ଚଳ ରେ ଦିନକୁ ଦିନ ବିଦେଶୀ ମଦ ଚୋରା ଚାଲାଣ ବଢ଼ିବାରେ  ଅଭିଯୋଗ ହୋଇଅସୁଥିଲା।ଅଭିଯୋଗ କୁ ଭିତ୍ତିକରି ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଚୋରା ବିଦେଶୀ ମଦ ଚାଲାଣ ଉପରେ ନଜର ରଖି ଥିଲେ। ସୋମବାର ସନ୍ଧ୍ୟା ସମୟରେ ମାଥିଲି ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଥାନା ଏ ଏସ ଆଇ ଉଦୟ ଚନ୍ଦ୍ର ପାଟିକା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ମେଣ୍ଡକୁଲି ସ୍ଥିତ ବାମନଗୁଡା ଠାରେ ପେଟ୍ରୋଲିଂ ସମୟରେ ମାଥିଲି ପଟୁ  (ନଂ ଓଆର୧୭-୯୬୦୪) ଏକ ବୋଲେର ଦ୍ରୁତ ଗତିରେ ଯାଉଥିବା ସମୟରେ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ୧୨ଟି କାର୍ଟୁନରେ ମୋଟ ୧୪୪  କିଙ୍ଗ ଫିସର ବିୟର ବୋତଲଜବତ କରିବା ସହିତ ବୋଲେର ଚାଳକ ଓ ଅନ୍ୟ ଜଣକୁ ଗିରଫ କରି ମାଥିଲି ଥାନାକୁ ଆଣିଥିଲେ।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ମାଥିଲି ରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ସମ୍ପୃକ୍ତ ବୋଲେର ମାଧ୍ୟମରେ ମାଥିଲି ଅବକାରୀ କ୍ଷତ୍ର ଅଂଚଳରେ ଗ୍ରାମାଞ୍ଚଳରେ ଗାଁ ଗାଁରେ ଚୋରା ମଦ ଚାଲାଣ କରୁଥିଲା। ଚୋରା ବିଦେଶୀ ମଦ ଚାଲାଣ କୁ ରୋକ ଲଗେଇବା ପାଇଁ ଏବେ ପୋଲିସ ବାହିନୀ ସକ୍ରିୟ ହୋଇଉଠିଛନ୍ତି।ଦୁଇ ଜଣ ଚାଲାଣ କାରୀ ମାଥିଲି ସରକାରୀ ବିଦେଶୀ ମଦ ଦୋକାନରେ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଛି ପୋଲିସ। ଦୁଇ ଜଣ ବିହାର ରାଜ୍ୟର ଲଳିନ କୁମାର ଓ ଅନ୍ୟ ଜଣେ ନିର୍ଦୋସ କୁମାର ଦୁଇ ଜଣ ବୋଲେର ଯୋଗେ ମାଥିଲି ଅବକାରୀ କ୍ଷତ୍ର ଅଂଚଳରେ ଚୋରା ବିଦେଶୀ ମଦ ଗାଁ ଗାଁରେ ପହଂଚାଉ ଥିଲେ ବୋଲି ପୋଲିସ ପ୍ରକାଶ କରିଛି।